ରାଜ୍ୟ

ବୋରୱେଲରେ ଫିଙ୍ଗି ଦିଆଯାଇଥିବା ନବଜାତ ଶିଶୁ ଉଦ୍ଧାର – Ibnodisha

[ad_1]

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ନବଜାତ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଛୁଆଟି ବୋରୱେଲରେ ପଡ଼ିଥିବା ଜଣାପଡ଼ିବାର ସାଢ଼େ ୬ ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଛି । ଉଦ୍ଧାର ହେବା ପରେ ଛୁଆଟିକୁ ଡାକ୍ତରଖାନା ନିଆଯାଇଛି । ସମୟ ପ୍ରାୟ ଅପରାହ୍ଣ ୩ଟା । ଲାରିପାଲି ଜଙ୍ଗଲରେ ଥିବା ଉକ୍ତ ପରିତ୍ୟକ୍ତ ବୋରୱେଲ ଭିତରୁ ଶୁଣିବାକୁ ମିଳିଥିଲା କଅଁଳା ଶିଶୁର କାନ୍ଦ । କାନ୍ଦ ଶୁଣି କିଛି ଲୋକ ବୋରୱେଲ ଭିତରେ ଶିଶୁଟିଏ ପଡ଼ିଛି ବୋଲି ଜାଣିପାରିଲେ । ଖବର ପହଞ୍ଚିଲା ପୁଲିସ ଓ ପ୍ରଶାସନ ପାଖରେ । ଏହା ପରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ୍ । ଘଟଣାସ୍ଥଳରେ ପହଞ୍ଚିଥିଲା ତିନିଟି ଜେସିବି । ପୁଲିସ, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ବି ପହଞ୍ଚିଥିଲେ । ପରେ ପରେ ଅକ୍ସିଜେନ୍ ଓ ଆମ୍ବୁଲାନ୍ସ ସହ ଡାକ୍ତର ଆସିଥିଲେ । ବିଳମ୍ବ ନକରି ପ୍ରଥମେ ପାଇପରେ ବୋରୱେଲ ଭିତରକୁ ଅକ୍ସିଜେନ୍ ଦିଆଯାଇଥିଲା ।

ପାଇପ ଭିତରେ ଜାକି ହୋଇ ରହିଥିବା ଛୁଆଟିର ମୁଣ୍ଡ ତଳକୁ ଥିଲା । ହେଲେ ପିଲାଟି କାନ୍ଦୁଥିବାରୁ ବଢିଥିଲା ଆଶା । ବୋରୱେଲର ଫୁଟେ ଦୂରରେ ସମାନ୍ତରାଳ ଭାବେ ମାଟି ଖୋଳିଥିଲା ଜେସିବି । ରାତି ହୋଇଯିବାରୁ ଜେନେରେଟର ଆଣି ଲାଇଟ୍ ଲଗାଯାଇଥିଲା । ଶୀତ ହେଉଥିବାରୁ ଏକ ଶହେ ୱାଟ ବଲ୍ ବୋରୱେଲରେ ଲଗାଯାଇଥିଲା, ଯେମିତି ଛୁଆଟିକୁ ଶୀତ ହେବ ନାହିଁ । ଜେସିବି ମାଟି ଖୋଳିବା ପରେ ଶାବଳ ଓ କୋଦାଳ ମାଟି ଖୋଳାଯାଇଥିଲା । ମାଟି ଖୋଳା ଶେଷହେବା ପରେ ଲୁହା ପାଇପକୁ କାଟିବା କାମ ଆରମ୍ଭ କରାଯାଇଥିଲା । ବିଦ୍ୟୁତ୍ ଚାଳିତ କଟର ସାହାଯ୍ୟରେ ଲୁହା ପାଇପକୁ କଟା ଯାଇଥିଲା । ତା’ ଭିତରେ ଆରିରେ ମଧ୍ୟ ଲୁହା ପାଇପକୁ କଟାଯାଇଥିଲା । ସେଥିପାଇଁ ଅତି ସତର୍କତା ଅବଲମ୍ବନ କରଯାଇଥିଲା,ଯେପରି ଶିଶୁଟିକୁ ସାମାନ୍ୟତମ ଆଘାତ ନଲାଗିବ । ତା’ ମଧ୍ୟରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଘଟଣାସ୍ଥଳକୁ ଏକ ଭିକ୍ଟିମ ଲୋକେସନ କ୍ୟାମେରା ପଠାଯାଇଥିଲା । କ୍ୟାମେରା ସହ ଜଣେ ଟେକ୍ନିସିଆନଙ୍କୁ ପଠାଯାଇଥିଲା । ଶିଶୁଟି କେମିତି ଅଛି, ତାହା ଜାଣିବାରେ ଭିକ୍ଟିମ ଲୋକେସନ କ୍ୟାମରେ ଜଣାଇ ପାରିବ ବୋଲି ସେଇଟିକୁ ପଠାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button