ଆଶ୍ଚର୍ଯ୍ୟ ! ପୋଷ୍ଟମର୍ଟମ ବେଳେ ମୃତଦେହରୁ ଆଖି ତାଡି ନେଇଗଲେ – Ibnodisha

[ad_1]
ଲକ୍ଷ୍ନୌ: ପୋଷ୍ଟମର୍ଟମ ବେଳେ ମୃତଦେହରୁ ଆଖି ଚୋରି ଅଭିଯୋଗ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଉତ୍ତରପ୍ରଦେଶର ବଦାୟୁ ଅଞ୍ଚଳରୁ । ହସ୍ପିଟାଲରେ ଜଣେ ମୃତ ମହିଳାଙ୍କ ପୋଷ୍ଟମର୍ଟମ ପରେ ହଠାତ୍ ତାଙ୍କର ଆଖି କୁଆଡେ ଉଭାନ ହୋଇଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି । ତେବେ ଆଖି ଚୋରି ହୋଇଥିବା ମୃତ ମହିଳାଙ୍କୁ ଯୌତୁକ ଲୋଭରେ ଶାଶୁଘର ଲୋକେ ହତ୍ୟା କରିଥିବା ମାମଲାରେ ପୂର୍ବରୁ ତଦନ୍ତ ଜାରି ରହିଥିଲା । ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲା ଅନ୍ତର୍ଗତ ମୁଜାରିୟା ଥାନା ଅଞ୍ଚଳର ରସୁଲା ଗାଁରେ ପୂଜା ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଯୌତୁକ ଲୋଭରେ ଶାଶୁଘର ଲୋକେ ତାଙ୍କୁ ହତ୍ୟା କରିଥିବା ନେଇ ମହିଳାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା ।
ଏହାପରେ ପୋଲିସ ଅଭିଯୋଗ ଅନୁଯାୟୀ ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ଯେତେବେଳେ ପରିବାର ଲୋକେ ଘରକୁ ଆଣିଥିଲେ ଆଚମ୍ବିତ ହୋଇଯାଇଥିଲେ । ମହିଳାଙ୍କ ମୃତଦେହରେ ଆଖି ନଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପୁଣି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୋଷ୍ଟମର୍ଟମ ହେବା ପୂର୍ବରୁ ଆଖି ଥିବାବେଳେ ପୋଷ୍ଟମର୍ଟମ ପରେ ମୃତଦେହରେ ୨ଟା ଯାକ ଆଖି ନଥିଲା । ଏନେଇ ଥାନାରେ ମାମଲା ଦାୟର କରିବା ସହ ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପରିବାର ଲୋକେ । ଅଭିଯୋଗ ଅନୁଯାୟୀ ପୋଲିସ ପୁଣିଥରେ ମୃତଦେହକୁ ନିଜ କବଜାରେ ନେଇ ତଦନ୍ତ ଆରମ୍ଭ କରିଛି ।
[ad_2]




