ଦେଶ

ଧର୍ମଶାଳାର ପୂର୍ବତନ ବିଧାୟକ ରବି ଲାବଣ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ – Ibnodisha

[ad_1]

ନୂଆଦିଲ୍ଲୀ: ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ରବି ଲାବଣ୍ୟଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତକାଲି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୬ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ଗତକାଲି ତାଙ୍କର ଦେହାନ୍ତ ପରେ ତାଙ୍କ ମରଶରୀରକୁ ଧର୍ମଶାଳା ବ୍ଲକ ମିର୍ଜାପୁର ପଞ୍ଚାୟତ ଅରଙ୍ଗାବାଦ ଗ୍ରାମକୁ ଅଣାଯାଇଥିଲା । ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ପରିକ୍ରମା କରାଯାଇ ଜାରକା ଗୋକର୍ଣ୍ଣେଶ୍ବର ମନ୍ଦିର ସନ୍ନିକଟ ବ୍ରାହ୍ମଣୀ ନଦୀ ପଠାକୁ ଅଣାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ରବି ଲାବଣ୍ୟ ଜନତା ଦଳରୁ ୧୯୭୭ରୁ ୧୯୭୯ ମସିହା ପର‌୍ୟ୍ୟନ୍ତ ଧର୍ମଶାଳାର ବିଧାୟକ ଭାବେ କାର‌୍ୟ୍ୟ କରିଥିଲେ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହଯୋଗୀ ଭାବେ କାର‌୍ୟ୍ୟ କରିବା ସହ ଜଣେ ଛାତ୍ର ନେତା ମଧ୍ୟ ଥିଲେ। ଶେଷ ପର‌୍ୟ୍ୟନ୍ତ ସେ ଧର୍ମଶାଳାର ବିକାଶ କଥା ଚିନ୍ତା କରିବା ସହିତ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର‌୍ୟ୍ୟକ୍ରମରେ ସାମିଲ ହୋଇ ଲୋକଙ୍କ ସହିତ ଯୋଡ଼ି ହୋଇ ରହିଥିଲେ । ତାଙ୍କ ବିୟୋଗରେ ଯାଜପୁର ଜିଲ୍ଲା ତଥା ଧର୍ମଶାଳା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button