ଦେଶ

ରୁଷିଆ ସେନାରେ କାର୍ଯ୍ୟ କରୁଛନ୍ତି ଭାରତୀୟ – Ibnodisha

[ad_1]

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରଣାଳୟ ରୁଷିଆ ସେନାରେ ଭାରତୀୟ କାର୍ଯ୍ୟ କରୁଥିବା ନେଇ ଖବର ପ୍ରଚାର ହେବା ପରେ ସ୍ପଷ୍ଟୀକରଣ ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କରେ ଏକ ପ୍ରେସ‌ନୋଟ ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ମିଡ଼ିଆରେ ପ୍ରକାଶ ପାଇଥିବା ମିଥ୍ୟା ଖବରକୁ ଆମେ ଦେଖିଛୁ। ରୁଷିଆ ସେନାରେ କାର୍ଯ୍ୟ କରୁଥିବା ଭାରତୀୟ କାର୍ଯ୍ୟରୁ ମୁକ୍ତି ପାଇଁ ସହାୟତା ଲୋଡିଥିବା ଏଥିରେ କୁହାଯାଇଥିଲା। ତେବେ ଆମେ ପ୍ରତିଟି ସମ୍ବେଦନଶୀଳ ଘଟଣା ନେଇ ରୁଷିଆ ପ୍ରଶାସନ ସହିତ ଆଲୋଚନ‌ା କରିଛୁ। ଏହି ପ୍ରସଙ୍ଗକୁ ବୈଦେଶିକ ମନ୍ତ୍ରଣାଳୟ ଗମ୍ଭୀରତାର ସହ ବିଚାର କରୁଛି। ଏହି ପ୍ରସଙ୍ଗକୁ ନୁଆଦିଲ୍ଲୀ ସ୍ଥିତ ରୁଷିଆ ଦୂତାବାସ ସମ୍ମୁଖରେ ଉପସ୍ଥାପନ କରାଯାଇଛି। ଭାରତ ସରକାରଙ୍କ ଏହି ପ୍ରୟାସ ଯୋଗୁ ରୁଷିଆ ସେନାରେ କାର୍ଯ୍ୟ କରୁଥିବା କେତେକ ଭାରତୀୟଙ୍କୁ କାର୍ଯ୍ୟମୁକ୍ତ କରାଯାଇ ସାରିଛି। ମନ୍ତ୍ରଣାଳୟ କହିଛି ଏହି ପ୍ରସଙ୍ଗକୁ ସରକାର ଗୁରୁତର ସହିତ ସମୀକ୍ଷା କରୁଛନ୍ତି। ଏହାକୁ ପ୍ରାଥମିକତା ପ୍ରଦାନ କରାଯାଇ ରୁଷିଆ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି। ମିଡ଼ିଆ ରିପୋର୍ଟ ଅନୁସାରେ ରୁଷିଆ ସେନାରେ କେତେକ ଭାରତୀୟ ସୁରକ୍ଷା ସହାୟକ ଭାବେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ କିଛି ଫରୱାର୍ଡ ଅଞ୍ଚଳରେ ପ୍ରତିପକ୍ଷ ୟୁକ୍ରେନ ବିରୋଧରେ ରୁଷିଆ ସୈନ୍ୟଙ୍କ ସହ ମିଳିତ ଭାବେ ଯୁଦ୍ଧ କରିବାକୁ ବାଧ୍ୟ କରାଯାଉଛି। ଏହି ପ୍ରସଙ୍ଗ ଏଆଇଏମଆଇଏମ ନେତା ଓସଦୁଦ୍ଦିନ ଓୱାସି ବୈଦେଶିକ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରି ସେମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଦାବି କରିଥିଲେ।ଭାରତ ସରକାର ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଶୀଘ୍ର କାର୍ଯ୍ୟମୁକ୍ତି ପାଇଁ ରୁଷିଆ ସହିତ ନିରନ୍ତର ସମ୍ପର୍କରେ ରହିଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button