ଦେଶ
ଚାଇନା ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ – Ibnodisha

[ad_1]
କାଠମାଣ୍ଡୁ : ନେପାଳର ପୁଷ୍ପ କମଲ ଦହଲ ସରକାର ଚାଇନା ବିରୋଧରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ନେପାଳର ଯୋଗାଯୋଗ ମନ୍ତ୍ରୀ ସୋମବାର କହିଛନ୍ତି, କ୍ୟାବିନେଟ୍ ବୈଠକରେ ନେପାଳ ସରକାର ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଚାଇନା ନେପାଳ ସହିତ ନିଜର ଘନିଷ୍ଠତା ବଢ଼ାଉଛି ଏବଂ ଏହାକୁ ରଣନୈତିକ ଢଙ୍ଗରେ ନିଜ ଆଡ଼କୁ ନୁଆଁଇବାକୁ ଚାହୁଁଛି । ଠିକ୍ ସେହି ସମୟରେ ନେପାଳ ଏହାକୁ ଶକ୍ତ ଝଟ୍କା ଦେଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଭାରତ ସମେତ ଅନେକ ଦେଶ ସୁରକ୍ଷା କାରଣରୁ ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି ।
[ad_2]