ଦେଶ

ରାମ ବର୍ତ୍ତମାନ ନୁହେଁ,ରାମ ଅନନ୍ତକାଳ – ମୋଦି – Ibnodisha

[ad_1]

ଅଯୋଧ୍ୟା : ୫ଶହ ବର୍ଷ ଅପେକ୍ଷାରେ ଅନ୍ତ ଘଟିଲା। ଜନ୍ମଭୂମିରେ ବିରାଜିଲେ ପ୍ରଭୁ ଶ୍ରୀରାମ। କେବଳ ଅଯୋଧ୍ୟା ନୁହେଁ ସମଗ୍ର ଭାରତ ବର୍ଷ ଆଜି ରାମମୟ ହୋଇଯାଇଛି। ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁଙ୍କ ପ୍ରାଣ ପତିଷ୍ଠା କରାଇଛନ୍ତି। ସମୟର କାଳଚକ୍ରରେ ଆଜିର ଦିନ କାଳ କାଳ ପାଇଁ ସାକ୍ଷୀ ହୋଇ ରହିବ। ହଜାର ବର୍ଷ ପରେ ବି ଲୋକେ ଆଜିର ତାରିଖକୁ ଚର୍ଚ୍ଚା କରିବେ। ଆମେ ଅତ୍ୟନ୍ତ ଭାଗ୍ୟବାନ, ଏହି ମୁହୂର୍ତ୍ତକୁ ଦେଖୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଭୁ ରାମ ଭାରତବାସୀଙ୍କ ଅନ୍ତର ମନରେ ଅଛନ୍ତି। ଭାରତର କୋଣ ଅନୁକୋଣରେ ଅଛନ୍ତି ପ୍ରଭୁ ଶ୍ରୀରାମ। ଆଜିର ଏ କ୍ଷଣ କହୁଛି ଆମ ଭବିଷ୍ୟତ, ଇତିହାସଠାରୁ ଆହୁରି ଉଜ୍ଜ୍ୱଳ ହେବ। ରାମଙ୍କ ପ୍ରତିଷ୍ଠା, ବସୁଧୈବ କୁଟୁମ୍ବକମର ନିଦର୍ଶନ। ଯେଉଁମାନେ କହୁଥିଲେ ରାମ ମନ୍ଦିର ପ୍ରତିଷ୍ଠା ହେଲେ ନିଆଁ ଜଳିବ, ଆଜି ତାହା ଭୁଲ୍ ବୋଲି ପ୍ରମାଣିତ ହୋଇଛି। ରାମ ନିଆଁ ନୁହେଁ ରାମ ଶକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସକ୍ଷମ ଭାରତ ଉଦୟର ସାକ୍ଷୀ ବନିବ ରାମ ମନ୍ଦିର। ଆଗାମୀ ସମୟ ସିଦ୍ଧିର, ଏ ସମୟ ଭାରତର ଓ ରାମ ବର୍ତ୍ତମାନ ନୁହେଁ,ରାମ ଅନନ୍ତକାଳ। ଭାରତ ଏବେ ଆଗକୁ ଆଗକୁ ବଢ଼ି ଚାଲିବ। ଆମେ ଆଉ ଅଟକିବୁନି, ବିକାଶର ଆଗକୁ ଆଗକୁ ମାଡ଼ି ଚାଲିବୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button