ଦେଶ

ଆତଙ୍କୀ ସଂଗଠନର ଭାରତ ମୁଖ୍ୟ ଗିରଫ – Ibnodisha

[ad_1]

ଗୌହାଟୀ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଭାରତ ମୁଖ୍ୟ ଗିରଫ । ଆସାମର ଧୁବ୍ରି ଅଞ୍ଚଳରୁ ଆଇଏସଆଇଏସର ଭାରତ ମୁଖ୍ୟ ହରିଶ ଆଜମଲ ଫାରୁକି ଏବଂ ତା’ର ଜଣେ ସହଯୋଗୀକୁ ଗିରଫ କରାଯାଇଛି । ଦୁହେଁ ଏନଆଇଏର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିବାବେଳେ ପଡୋଶୀ ବାଂଲାଦେଶ ଦେଇ ଆସାମରେ ବେଆଇନ ଭାବେ ପ୍ରବେଶ କରିଥିଲେ । ଗୁଇନ୍ଦା ସୂତ୍ରରୁ ଖବର ପାଇ ଆସାମ ସ୍ପେଶାଲ ଟାସ୍କ ଫୋର୍ସ ଏକ ବଡ ଅପରେସନ ଚଳାଇ ଏହି ଦୁଇ ଟପ୍ ଆଇଏସଆଇଏସ ନେତାଙ୍କୁ ଗିରଫ କରିଛି । କୌଣସି ସୂତ୍ରରୁ ଏଜେନ୍ସିକୁ ସୂଚନା ମିଳିଥିଲା ଯେ, ଭାରତରେ ଆଇଏସଆଇଏସର ଦୁଇ ଟପ୍ ନେତା ଯିଏକି ପଡୋଶୀ ଦେଶରେ ଡେରା ପକାଇଥିଲେ, ଦୁହେଁ ହିଂସାକାଣ୍ଡ ଘଟାଇବାକୁ ଧୁବ୍ରି ସେକ୍ଟର ଦେଇ ଭାରତରେ ପ୍ରବେଶ କରିବେ । ଏହି ଖବର ମିଳିବା ମାତ୍ରେ ଦୁଇ ଆତଙ୍କୀଙ୍କୁ ଧରିବାକୁ ଆଇଜିପି ପାର୍ଥସାରଥୀ ମହନ୍ତଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଟିମ୍ ଗଠନ ହୋଇଥିଲା । ଏହି ଟିମ୍ ଭାରତ-ବାଂଲାଦେଶ ଅନ୍ତରାଷ୍ଟ୍ରୀୟ ସୀମା ଧୁବ୍ରି ଧର୍ମଶାଳା ଅଞ୍ଚଳରେ ବଡ ତଲାସି ଅଭିଯାନ ଚଳାଇଥିଲା । ଶେଷରେ ବୁଧବାର ଭୋର୍ ପ୍ରାୟ ୪ଟା ୧୫ ସମୟରେ ଧୁବ୍ରିର ଧର୍ମଶାଳା ଅଞ୍ଚଳରୁ ଏହି ଦୁଇ ଓଝଓଝ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ଦୁଇ ଜଣଙ୍କୁ ଗିରଫ କରାଯିବା ପରେ ଗୌହାଟୀ ସ୍ଥିତ ଏସଟିଏଫ ଅଫିସ ଅଣାଯାଇଥିଲା । ଦୁହିଁଙ୍କ ମଧ୍ୟରୁ ଜଣେ ଆଇଏସଆଇଏସ ଭାରତ ମୁଖ୍ୟ ହରିଶ ଫାରୁକି ଏବଂ ଅନ୍ୟ ଜଣେ ତାର ସହଯୋଗୀ ଅନୁରାଗ ସିଂହ ଓରଫ୍ ରେହମାନ ବୋଲି ପରିଚୟ ମିଳିଥିଲା । ଅନୁରାଗ ଧର୍ମ ପରିବର୍ତ୍ତନ କରି ଇସଲାମିକ ଧର୍ମ ଗ୍ରହଣ କରିଛି । ତା’ ସ୍ତ୍ରୀ ଜଣେ ବାଂଲାଦେଶୀ ନାଗରିକ । ଉଭୟ ହରିଶ ଓ ଅନୁରାଗ ଏନଆଇର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲେ । ଉଭୟଙ୍କ ନାଁରେ ଏନଆଇଏ, ଲକ୍ଷ୍ନୌ ଏଟିଏସରେ ଅନେକ ମାମଲା ରହିଛି । ଏହି ଦୁଇ ଆତଙ୍କୀଙ୍କ ବିରୋଧରେ ଆଗାମୀ ଆଇନଗତ କାର୍ୟ୍ୟାନୁଷ୍ଠାନ ପାଇଁ ଆସାମ ଏସଟିଏଫ ଦୁହିଁଙ୍କୁ ଏନଆଇଏକୁ ହସ୍ତାନ୍ତର କରିବ ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button