ରାଜ୍ୟ

ଜବାବ ରଖିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ, କ’ଣ କହିଲେ ଜାଣନ୍ତୁ – Ibnodisha

[ad_1]

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ଆଣିଥିବା ଅଭିଯୋଗ ଉପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ନିଜ ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି ଯେ ଦାମୋଦର ରାଉତଙ୍କୁ ସିପିଆର ଦେଲା ଭଳି ଅବସ୍ଥା ନଥିଲା । କାଜୁଆଲଟିରେ ପହଞ୍ଚିବା ପରେ ତୁରନ୍ତ ତାଙ୍କର ଚିିକିତ୍ସା କରାଯାଇଥିଲା । ତାଙ୍କର ଅକ୍ସିଜେନ ସାଚୁରେସନ କମିଯାଇଥିଲା । କିଡନୀ ଠିକନଥିଲା । ଡାକ୍ତର ତୁରନ୍ତ ଦେଖିଥିଲେ । ଇସିଜି ହୋଇଥିଲା । ଅକ୍ସିଜେନ ଦିଆଯାଇଥିଲା । ଯେହେତୁ ଏଠାରେ ଆମର କିଡନୀ ଡାକ୍ତର ନାହାନ୍ତି ତେଣୁ ତାଙ୍କୁ ତୁରନ୍ତ ରେଫର କରାଯାଇଥିଲା । ପ୍ରାଥମିକ ଚିକିତ୍ସା ସାରି ୩୦ ମିନିଟ ଭିତରେ ତାଙ୍କୁ ରେଫର କରାଯାଇଥିଲା ।ପ୍ରକାଶ ଯେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ।ନିଜ ବାପାଙ୍କ ଅବସ୍ଥା ସଂକଟାପନ୍ନ ଦେଇ ସମ୍ବିତ କ୍ୟାପିଟାଲ ହସ୍ପିଟାଲକୁ ଦାୟୀ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲ ପାଇଁ ବାପାଙ୍କ ଏଭଳି ଅବସ୍ଥା ହେଲା ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ଗତ ୧୮ ତାରିଖ ରାତିରେ ବାପାଙ୍କୁ ହାର୍ଟଆଟାକ ହୋଇଥିଲା । ଆମେ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲୁ । ରାତି ୩ଟାରେ ତାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲୁ । ତେବେ ସେଠାରେ ବାରମ୍ବାର କହିବା ସତ୍ତ୍ୱେ ସେଠାରେ କେହି ସିପିଆର ଦେଲେନି । ବାଧ୍ୟ ହୋଇ ସେଠାରୁ ବାପାଙ୍କୁ ଏକ ଘରୋଇ ହସ୍ପିଟାଲକୁ ଆଣିଲୁ । ସେହି ଯିବା ଆସିବା ଭିତରେ କିଛି ସମୟ ଡେରି ହୋଇଗଲା । ଡେରି ହେବାରୁ ବ୍ରେନକୁ ଅକ୍ସିଜେନ ଓ ବ୍ଲଡ ଠିକଭାବେ ଗଲାନି । ଘରୋଇ ହସ୍ପିଟାଲରେ ସିପିଆର ଦେଲା ପରେ ହାର୍ଟ କାମ କରୁଛି । କିନ୍ତୁ ବ୍ରେନ ବହୁତ ଖରାପ ହୋଇଯାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button