ପାରାଦୀପ ରେ ସିବିଆଇ ର ଖୋଳତାଡ଼ – Ibnodisha
[ad_1]
ପାରାଦୀପ : ଗତ 12 ତାରିଖ ଦିନ ଏମିନେନ୍ସ ସିପିଂ ଏଜେଣ୍ଟ ଠାରୁ ପଚାଶ ହଜାର ଟଙ୍କା ଲାଞ୍ଚ ନେଇ ପାରାଦୀପ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡଃ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ ସିବିଆଇ ଦ୍ଵାରା ଗିରଫ ହେବା ଓ ତାଙ୍କ ନିକଟରୁ କୋଟିଏ ଟଙ୍କା ସହ ବିଦେଶୀ ମଦ ଓ ସିଗାରେଟ ଜବତ ହେବା ପରେ ପୁଣି ତଦନ୍ତ କୁ ତ୍ୱରାନ୍ୱିତ କରିଛି ସିବିଆଇ | ପାରାଦୀପ ଭୁଇଁଆ ଛକ ରେ ଥିବା କାର୍ଯ୍ୟାଳୟ ରେ ଆଜି ପୁଣି ପହଂଚି କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଙ୍କୁ ପଚରା ଉଚରା କରୁଛି ସିବିଆଇ | ପାରାଦୀପ ବନ୍ଦର କୁ ଆସୁଥିବା ଜାହାଜ ର କ୍ରିୟୁ ମେମ୍ବର ଙ୍କ ସ୍ୱାସ୍ଥ୍ୟ ଅବସ୍ତା ଜାଞ୍ଜ କରୁଥିବା ଓ ଏହି ଜାଞ୍ଜ ରିପୋର୍ଟ ପାଇଁ ଗିରଫ ହୋଇଥିବା ରାଜେନ୍ଦ୍ର ନାରାୟଣ ଅନେକ ସମୟରେ ବିଭିନ୍ନ ସିପିଂ ଏଜେଣ୍ଟ ଙ୍କ ଠାରୁ ଜୁଲମ କରି ଟଙ୍କା ନେଉଥିବା ଓ ଏଥିରେ ତାଙ୍କ ଘନିଷ୍ଠ କର୍ମଚାରୀ ମାନେ ତାଙ୍କୁ ସାଥ ଦେଉଥିବା ଅଭିଯୋଗ ହୋଇ ଆସୁଥିଲା | ଅଫିସ ର ସମସ୍ତ କାଗଜପତ୍ର ସିବିଆଇ ଜାଞ୍ଜ କରୁଥିବା ବେଳେ ଗିରଫ ରାଜେନ୍ଦ୍ର ଙ୍କ ସହ ଆଉ କେଉଁମାନେ ସିପିଂ ଏଜେଣ୍ଟ ଙ୍କ ଠାରୁ ଜୁଲମ କରି ଟଙ୍କା ଆଦାୟ କରିବାରେ ସମ୍ପୃକ୍ତ ଥିଲେ ତାହା ତଦନ୍ତ କରୁଛି ସିବିଆଇ | ଏହାକୁ ନେଇ ବନ୍ଦର ନଗରୀ ପାରାଦୀପ ରେ ଏବେ ଜୋର ଚର୍ଚା ବଢିବାରେ ଲାଗିଛି | ବଡ଼ କଥା ହେଲା ଏବେ ବି ଡ଼ଃ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ ଙ୍କ ସହଯୋଗୀ ଯିଏ କି ପାରାଦୀପ ବନ୍ଦର ଭିତରେ ଟଙ୍କା କାରବାର ପାଇଁ ମଧ୍ୟସ୍ଥି କରନ୍ତି ସବୁ କାମ ପାଇଁ ଡିଲିଂ କରନ୍ତି ତାହାର ଭିଡିଓ ଓ ଅଡିଓ ମଧ୍ୟ ସାମ୍ନାକୁ ଆସି ସାରିଛି। ଯଦି ଆଗାମୀ ଦିନରେ ଡାକ୍ତର ପାଣିଗ୍ରାହୀ ଙ୍କ ଆସିଷ୍ଟାଣ୍ଟ୍ ସନ୍ତୋଷ ସାହୁ ତଦନ୍ତ ପରିସରଭୁକ୍ତ ନହେବେ ତାହା ହେଲେ ଜଣେ ପୂର୍ବତନ ପିଏଚ୍ଓ କର୍ମଚାରୀ ସିବିଆଇ ନିକଟରେ ଅଭିଯୋଗ କରିବା ନେଇ କହିଛନ୍ତି।
[ad_2]