ଏଥେନା ବୁକ୍ସ ତରଫରୁ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା – Ibnodisha

[ad_1]
ବରଗଡ଼ : ସ୍ଥାନୀୟ ଗଣପତି ହୋଟେଲ ବରଗଡ଼ଠାରେ ଏଥେନା ବୁକ୍ସ ତରଫରୁ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାକୁ ଉଦଘାଟନ କରିଥିଲେ ବରିଷ୍ଠ ସାରସ୍ୱତ ସାଧକ ଡ଼ ରଘୁନାଥ ମେହେର.କାମିନୀ ଦାଶଙ୍କ ପ୍ରାରମ୍ଭିକ ସଂଗୀତ ଗାନ ପରେ ସଭା ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସୁସାହିତ୍ୟିକ ତଥା ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳ ସଚିବ ଡ଼ ନୃପରାଜ ସାହୁ। ଗାଳ୍ପିକ ଡ଼ ଅଶୋକ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ ଲେଖିକା ଡ଼ ବିଦ୍ୟୁତ ପ୍ରଭା ରଥ। ସଭା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏଥେନା ବୁକ୍ସର ପ୍ରକାଶକ ତଥା ବିଶିଷ୍ଟ ଗାଳ୍ପିକ ରାଜ କିଶୋର ଦାସ। ରୋହିତ ଦାଶଙ୍କ କବିତା ପୁସ୍ତକ ଶବ୍ଦ ର ଖେଳ ଓ ଡ଼ ସଂଯୁକ୍ତା ପାଢ଼ୀ ଙ୍କ ସମାଲୋଚନା ପୁସ୍ତକ ସୀମାନ୍ତ ର ଦୀପଶିଖା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା. ସାହିତ୍ୟ କୃତି ପାଇଁ ଏଥେନା ବୁକ୍ସ ଦ୍ୱାରା ବିଭିନ୍ନ ଜିଲ୍ଲା ରୁ ଆସିଥିବା ଏଗାର ଜଣ ସାରସ୍ୱତ ପ୍ରତିଭା ଡ଼ ସଂଯୁକ୍ତା ପାଢ଼ୀ, ଡ଼ ନୀଳିମା ମେହେର, କବି ରୋହିତ ଦାଶ, ଡ଼ ପ୍ରହଲ୍ଲାଦ ଖିଲ, ଡ଼ ଶାନ୍ତିଲତା ବାରିକ, ଡ଼ ରୀନା କୁମାରୀ ମେହେର, କମଳିନୀ ଦେବି,ଡ଼ ଅଶୋକ ମହାପାତ୍ର, ଡ଼ ରଘୁନାଥ ମେହେର, କଳ୍ପନା ଝାଙ୍କର,ଡ଼ ବୀଣାପାଣି ସାହୁ ଆଦି ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ଶ୍ରୀମତୀ କବିତା ଦେବତା ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ବିଶ୍ୱ ଦେଖ ମଧୁମୟ ରେ ଜୀବନ ଗୀତ ପରିବେଷଣ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସାହୁ ଏକ ଗଳ୍ପ ମାଧ୍ୟମରେ ଆମେ ସମସ୍ତେ ଗୋଟେ ପରିବାର ର ସଦସ୍ୟ ତେଣୁ ଏ ସ୍ନେହ ସଂପ୍ରିତି ଜାରି ରହୁ ବୋଲି ଉଦବୋଧନ ଦେଇଥିଲେ। ଡ଼ ରଘୁନାଥ ମେହେର ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ଅଭିନନ୍ଦନ ଜଣେଇ ସମସ୍ତଙ୍କୁ ସାହିତ୍ୟିକ କର୍ମରେ ସମୟର ସଦୁପଯୋଗ କରିବା ପାଇଁ ଉପଦେଶ ଦେଇଥିଲେ ଓ ଉନ୍ମୋଚିତ ପୁସ୍ତକ ଦ୍ଵୟର ସଂକ୍ଷିପ୍ତ ସମୀକ୍ଷା ମଧ୍ୟ୍ୟ କରିଥିଲେ।ସଭାପତି ଡ଼ ବିଦ୍ୟୁତପ୍ରଭା ରଥ ତାଙ୍କର ବରଗଡ଼ ରହଣି ସମୟର ସ୍ମୃତି ଚାରଣ କରି ଏମିତି ଏକ ସାରସ୍ୱତ ସଭାରେ ନିଜକୁ ସାମିଲ କରି ପାରିଥିବା ହେତୁ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଥିଲେ.ସଭାରେ ସହରର ଦିବ୍ୟ ଦେବତା, ମୋହନ ସାହୁ,ଧନପତି ମହାପାତ୍ର,ଲିଙ୍ଗରାଜ ପଧାନ, ରାଧା ମୋହନ ତ୍ରିପାଠୀ, ଦାମୋଦର ସାହୁ, ପ୍ରଦେଶୀ ବାରିକ, ସଂଗୀତା ଷଢଙ୍ଗୀ, ପୁଷ୍ପାଞ୍ଜଳି ପଣ୍ଡା, ଭାଗବତୀ କର,ଶେଷନ ବିଶି ଆଦି ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ତଥା କବି ଓ ସାହିତ୍ୟିକ ଯୋଗ ଦେଇଥିଲେ। ପ୍ରକାଶକ ଓ ଗାଳ୍ପିକ ରାଜ କିଶୋର ଦାସଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା।
[ad_2]