ରାଜ୍ୟ

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ

ଭୁବନେଶ୍ବର : ଆମ୍ବ ଟାକୁଆ ଜାଉ ଖାଇ ଦୁଇଜଣ ପ୍ରାଣ ହରାଇବା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପିର ମୋହନ ସରକାରଙ୍କୁ ସମାଲୋଚନା କରିଛନ୍ତି। ନବୀନ କହିଛନ୍ତି ଯେ, ଓଡ଼ିଶା ଖାଦ୍ୟ ସୁରକ୍ଷାରେ ଏକ ନମ୍ବର ରାଜ୍ୟ ଥିବାବେଳେ ଆମ୍ବ ଟାକୁଆ ଖାଇ କନ୍ଧମାଳର ଦୁଇ ଆଦିବାସୀ ମହିଳା ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦ କଥା।

ଏପରି ଘଟଣା ଦୁଇ ଦଶନ୍ଧି ତଳେ ଦେଖିବାକୁ ମିଳୁଥିଲା। ମାଣ୍ଡିପଙ୍କା ଗାଁର ନିରୀହ ଆଦିବାସୀ ଭାଇଭଉଣୀଙ୍କ ଚାରି ମାସ ଧରି ରେସନ ଚାଉଳ ବନ୍ଦ କାରଣରୁ ସେମାନେ ଆମ୍ବ ଟାକୁଆ ଖାଇବାକୁ ବାଧ୍ୟ ହୋଇଛନ୍ତି, ଯାହା ଆହୁରି ଦୁଃଖଦାୟକ।
ଶ୍ରୀ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ, ବିଜେଡି ସରକାର ସମୟରେ ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରି ଏନ୍‌ଏଫ୍‌ଏସ୍‌ଏ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସାରା ଦେଶରେ ଏକ ନମ୍ବର ରାଜ୍ୟ ହୋଇଥିଲା। ଏହାକୁ ଆହୁରି ବ୍ୟାପକ କରିବା ପାଇଁ ଆମେ ସ୍ବତନ୍ତ୍ର ଭାବେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିଥିଲୁ। ହେଲେ ଏକ ନମ୍ବର ରାଜ୍ୟ ଭାବେ କେନ୍ଦ୍ର ସରକାରଙ୍କଠାରୁ ସମ୍ମାନିତ ହୋଇଥିବା ଓଡ଼ିଶା ଆଜି ଏପରି ସ୍ଥିତିରେ ପହଞ୍ଚିବା ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button