IBN ଓଡ଼ିଶା ବ୍ୟୁରୋ

ପାକିସ୍ତାନରେ ବିସ୍ଫୋରଣ, 21 ମୃତ

ପାକିସ୍ତାନର ଦକ୍ଷିଣ-ପଶ୍ଚିମାଞ୍ଚଳରେ ଥିବା କ୍ଵେଟା ରେଳ ଷ୍ଟେସନରେ ଶନିବାର ବିସ୍ଫୋରଣ ଘଟିଛି। ଏଥିରେ ୨୧ ଜଣଙ୍କ ପ୍ରାଣହାନୀ ଘଟିଥିବାବେଳେ ୩୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ସ୍ଫୋରଣଟି ଷ୍ଟେସନ ଭିତରେ ଏକ ଟ୍ରେନ ନିକଟରେ ଘଟିଥିଲା। କ୍ଵେଟାରୁ ପେଶାଓ୍ବର ଯିବାକୁ ଥିବା ଟ୍ରେନ ଷ୍ଟେସନ ଛାଡ଼ିବାର ଠିକ୍ ପୂର୍ବରୁ ଏହି ଘଟଣା ଘଟିଛି।

ଉଦ୍ଧାରକାରୀ ଦଳ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଛନ୍ତି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button