ଦେଶ

ଥମୁନି ମଣିପୁରରେ ହିଂସା ; ସୁରକ୍ଷାକର୍ମୀ ଓ ଦୁର୍ବୃତ୍ତ ମୁହାଁମୁହିଁ – Ibnodisha

[ad_1]

ମଣିପୁର : ମଣିପୁରର ତେଙ୍ଗନୋଉପଲ ଜିଲ୍ଲାର ସୀମାବର୍ତ୍ତ ସହର ମୋରେହରେ ସୁରକ୍ଷାକର୍ମୀ ଓ କୁକି ସମ୍ପ୍ରଦାୟର କିଛି ଦୁର୍ବୃତ୍ତ ମଧ୍ୟରେ ଗୁଳିମାଡ ହୋଇଛି। ଏନେଇ ପୁଲିସ ସୂଚନା ଦେଇଛି। ସୂଚନା ମୁତାବକ, ଦୁର୍ବୃତ୍ତମାନେ ଏସ୍‌ବିଆଇ ବ୍ୟାଙ୍କର ମୋରେହ ନିକଟସ୍ଥ ସୁରକ୍ଷାକର୍ମୀଙ୍କ ଏକ ଚେକ୍‌ ପୋଷ୍ଟ ଉପରକୁ ବୋମା ମାଡ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀମାନେ ଶୋଇଥିଲେ। ପରେ ଦୁର୍ବୃତ୍ତମାନେ ଗୁଳିମାଡ କରିଥିଲେ। ଏହାର ପାଲଟ ଜାବାବରେ ସୁରକ୍ଷାକର୍ମୀମାନେ ମଧ୍ୟ ଗୁଳିମାଡ଼ କରିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ମଣିପୁରର ଜଣେ କମାଣ୍ଡୋଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି। ସେପଟେ ଏହି ଗୁଳିମାଡରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଆଜି ଭୋର ୪ଟା ବେଳେ ଏହି ଗୁଳିକାଣ୍ଡ ଘଟିଛି।ପୋଲିସ କହିଛି କି ଜଣେ ପୁଲିସ ଅଧିକାରୀଙ୍କ ହତ୍ୟା ଘଟଣାରେ ସୀମାବର୍ତ୍ତି ସହରରେ ସାଜ୍ୟ ସୁରକ୍ଷା ବାହୀନି ଦ୍ୱାରା ୨ ସନ୍ଦିଗ୍ଧଙ୍କୁ ଗିରଫ କରିବାର ୪୮ ଘଣ୍ଟା ପରେ କୁକି ଦୁର୍ବୃତ୍ତମାନେ ସୁରକ୍ଷାର୍କମୀଙ୍କ ଶିବିର ଉପରକୁ ଗୁଳିମାଡ କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button