ଦେଶ

ବାବା ଭେଙ୍ଗାଙ୍କ ୨୦୨୪ ଭବିଷ୍ୟବାଣୀ; ବଢିବ ଆତଙ୍କୀ ହମଲା – Ibnodisha

[ad_1]

ବ୍ୟୁରୋ: ବାବା ଭେଙ୍ଗା ବା ଫକିର ବାବାଙ୍କ ୨୦୨୪ ଭବିଷ୍ୟବାଣୀକୁ ନେଇ ବେଶ୍ ଚର୍ଚ୍ଚା। ବାବା ଆସନ୍ତା ବର୍ଷ ପାଇଁ କରିଥିବା ଭବିଷ୍ୟବାଣୀର ତାଲିକାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି। ବର୍ଷ ୨୦୨୪ରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ କରାଯିବ ବୋଲି ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା। ଏଥିସହ କର୍କଟ ଏବଂ ଆଲଜାଇମର ରୋଗର ଉପଶମ ଉଦ୍ଭାବନ, ୟୁରୋପରେ ଆତଙ୍କବାଦୀ ଘଟଣାର ବୃଦ୍ଧି, ଅର୍ଥନୈତିକ ପ୍ରଭାବ ଆଦି ବାବାଙ୍କ ଭବିଷ୍ୟବାଣୀ। ବାବା ଭେଙ୍ଗାଙ୍କର ପୂର୍ବରୁ ଏହିପରି ଅନେକ ଭବିଷ୍ୟବାଣୀ ସତ ହୋଇଛି, ଯାହାକୁ ନେଇ ବିଗତ ଦିନଗୁଡିକରେ ବେଶ୍ ଚର୍ଚ୍ଚା ହୁଏ।

ମୃତ୍ୟୁ ପୂର୍ବରୁ ବାବା ଭେଙ୍ଗାଙ୍କ ସତ ହୋଇଥିବା ଭବିଷ୍ୟବାଣୀ ମଧ୍ୟରୁ ଆମେରିକାର ୯/୧୧ ଆକ୍ରମଣ, ବାରାକ୍ ଓବାମା ରାଷ୍ଟପତି ହେବା, ରାଜକୁମାରୀ ଡାୟନାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ଥାଇଲାଣ୍ଡରେ ସୁନାମି, ୨୦୦୧ରେ ୱାର୍ଲଡ ଟ୍ରେଡ୍‌ ସେଣ୍ଟର ଉପରେ ଆକ୍ରମଣ ଏବଂ ମହାମାରୀ। ବାବା ଭଙ୍ଗାଙ୍କ ପୂରା ନାମ ହେଉଛି, ବେଙ୍ଗେଲିଆ ଗୁସ୍ତେରୋଆ। ୧୯୧୧ ମସିହାରେ ସେ ବୁଲଗେରିଆରେ ଜନ୍ମ ଗ୍ରହଣ କରିଥିଲେ। ସେ ହେଉଛନ୍ତି ଜଣେ ମହିଳା।

ଯେତେବେଳେ ତାଙ୍କୁ ୧୨ ବର୍ଷ ହୋଇଥିଲା ବୁଲଗେରିଆରର ଏକ ଝଡ-ତୋଫାନରେ ସେ ନିଖୋଜ ହୋଇ ଯାଇଥିଲେ। କିଛି ଦିନ ପରେ ପରିବାର ଲୋକ ତାଙ୍କୁ ଏକ ସ୍ଥାନରୁ ପାଇଥିଲେ। କିନ୍ତୁ ତାଙ୍କର ଦୃଷ୍ଟିଶକ୍ତି ଚାଲିଯାଇଥିଲା। ଦେଖିବାର ଶକ୍ତି ଚାଲି ଯାଇଥିଲେ ବି ଭବିଷ୍ୟତକୁ ନେଇ ଅନେକ ସମୟରେ ସଠିକ୍ ଆକଳନ କରିପାରନ୍ତି। ୧୯୯୬ ମସିହାରେ ବାବା ଭେଙ୍ଗାଙ୍କର ମୃତ୍ୟୁ ଘଟିଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button