ସର୍ବସାଧାରଣରେ ମହିଳା ଚେହେରା ଦେଖାଇଲେ ନିଜର ମହତ୍ତ୍ୱ ହରାନ୍ତି: ତାଲିବାନ – Ibnodisha

[ad_1]
କାବୁଲ: ତାଲିବାନ ସର୍ବଦା ମହିଳା ବିରୋଧୀ ହୋଇଆସିଛନ୍ତି । ମହିଳାଙ୍କ ପ୍ରତି ତାଲିବାନଙ୍କ ଶାସନ ଆଜି କାହାକୁ ବା ଅଛପା । ଏହାରି ମଧ୍ୟରେ ମହିଳାଙ୍କୁ ନେଇ ପୁଣି ଏକ ମନ୍ତବ୍ୟ ରଖିଛନ୍ତି ଆଫଗାନିସ୍ତାନକୁ କବଜା କରିଥିବା ତାଲିବାନର ମୁଖପାତ୍ର ମଲଭି ମହମ୍ମଦ ସଦିକ ଅକିଫ । ସେ କହିଛନ୍ତି ଯେ ସର୍ବସାଧାରଣରେ ମହିଳାଙ୍କ ଚେହେରା ପୁରୁଷ ଦେଖିଲେ ଏହାଦ୍ୱାରା ମହିଳାଙ୍କ ମହତ୍ତ୍ୱ ବା ଗାରିମା ନଷ୍ଟ ହୁଏ । ଏଣୁ ମହିଳା ଘରୁ ବାହାରିବା ପରେ ସର୍ବଦା ନିଜର ମୁହଁ ଢାଙ୍କିବା ଆବଶ୍ୟକ । ଆଫଗାନିସ୍ତାନରେ ମହିଳାମାନେ ସଠିକ ଢଙ୍ଗରେ ହିଜାବ ପିନ୍ଧିବା ପ୍ରସଙ୍ଗରେ ଏପରି ମନ୍ତବ୍ୟ ଦେଇଛନ୍ତି ଆଫଗାନିସ୍ତାନର ମୁଖପାତ୍ର ।
ସର୍ବସାଧାରଣରେ ମହିଳା ହିଜାବ ପିନ୍ଧିବାକୁ ନେଇ ଆଫଗାନିସ୍ତାନର ଧାର୍ମିକ ସଂଗଠନ ମଧ୍ୟ ସମର୍ଥନ କରିଥିବା ସେ କହିଛନ୍ତି । ଗତ ୨୦୨୧ ମସିହାରେ ଆଫଗାନିସ୍ତାନକୁ କବ୍ଜା କରିଥିବା ତାଲିବାନମାନେ କ୍ରମାଗତ ଭାବେ ମହିଳା ବିରୋଧୀ ଆଇନ ଆଣୁଥିବା ଦେଖିବାକୁ ମିଳିଛି । ତେବେ ଦେଶରେ ମହିଳାମାନେ ସଠିକ ଢଙ୍ଗରେ ହିଜାବ ପିନ୍ଧିବାରେ ବିଫଳ ହେବା ପରେ ଏହା ଉପରେ ପ୍ରତିକ୍ରିୟା ରଖି ଏପରି କହିଛନ୍ତି ଆଫଗାନିସ୍ତାନ ମୁଖପାତ୍ର ଅକିଫ । ଯଦି ମହିଳାମାନେ ଘର ବାହାରେ ସଠିକ ଢଙ୍ଗରେ ହିଜାବ ପିନ୍ଧୁନାହାନ୍ତି, ତେବେ ସେମାନଙ୍କୁ ସର୍ବସାଧାରଣ ସ୍ଥାନ ଯେପରିକି ପାର୍କ, ଅଫିସ ବା ୟୁନିଭର୍ସିଟିକୁ ଯିବା ମନା ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି, “ବଡ଼ବଡ଼ ସହରରେ ମହିଳାମାନେ ବିନା ହିଜାବରେ ଘର ବାହାରକୁ ବାହାରିଥାନ୍ତି । ଯାହାକି ବହୁତ ଖରାପ । ସର୍ବସାଧାରଣ ସ୍ଥାନରେ ମହିଳାମାନେ ନିଜ ମୁହଁକୁ ସର୍ବଦା ଢାଙ୍କିବା ଆବଶ୍ୟକ ବୋଲି ଧାର୍ମିକ ସଂଗଠନ ମଧ୍ୟ କହୁଛି । ଜଣେ ମହିଳାର ନିଜସ୍ୱ ଗାରିମା ବା ମହତ୍ତ୍ୱ ରହିଛି । ହିଜାବ ପିନ୍ଧିବା ଦ୍ୱାରା ସେମାନଙ୍କ ମୁହଁର କୌଣସି କ୍ଷତି ହେଉନାହିଁ । ମହିଳାଙ୍କ ନିଜସ୍ୱ ଗାରିମା ରହିଥାଏ । ଆଉ ଯେତେବେଳେ ଜଣେ ପୁରୁଷ ତାର ମୁହଁକୁ ଦେଖିଦିଏ ସେତେବେଳେ ସେ ତାର ଗାରିମା ହରାଇଥାଏ । ଆଲ୍ଲା ହିଜାବ ପିନ୍ଧୁଥିବା ମହିଳାଙ୍କୁ ସମ୍ମାନ ଦେଇଥାନ୍ତି ।
[ad_2]




