ମୁଖ୍ୟମନ୍ତ୍ରୀଙ୍କ ଶାରିରୀକ ଅସୁସ୍ଥତାକୁ ରାଜ୍ୟବାସୀ ଜାଣିବାର ଅସୁବିଧା କେଉଁଠି : କଂଗ୍ରେସ – Ibnodisha
[ad_1]
*୭୭ ତମ ସ୍ୱାଧୀନତା ଦିବସର ଜନସାଧାରଣଙ୍କୁ ଏବଂ ଗଣମାଧ୍ୟମର ପ୍ରତିନିଧିଙ୍କୁ କାହିଁକି ବାହାରେ ରଖାଗଲା : କଂଗ୍ରେସ*
ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ମେନିଫେଷ୍ଟୋ କମିଟିର ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନ୍ଗୋ ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି କହିଥିଲେ ଯେ, ରାଜ୍ୟ ସ୍ତରୀୟ ୭୭ ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଗାନ୍ଧୀମାର୍ଗ ପରିବର୍ତେ ପ୍ରଦର୍ଶନ ପଡ଼ିଆ ଭିତରେ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମାତ୍ର ୧୦ ମିନିଟ୍ ମଧ୍ୟରେ କାର୍ଯ୍ୟକ୍ରମକୁ ସମାପନ କରି ଚାଲିଯାଇଥିଲେ ବୋଲି ବିଶେଷ ସୂଚନା ମିଳିଛି । ପ୍ରଶାସନିକ ଅଧିକାରୀମାନେ ପ୍ରଦର୍ଶନୀ ପଡ଼ିଆ ଭିତରକୁ ଜନସାଧାରଣ ଏବଂ ବିଶେଷ କରି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଛାଡ଼ିନଥିଲେ । ଦେଶର ସ୍ୱାଧୀନତା ଦିବସ ପର୍ବ ପାଳିତ ହେଉଥିଲାବେଳେ ଜନସାଧାରଣଙ୍କୁ ଏହି ପର୍ବରେ ସାମିଲ କରିବା ପରିବର୍ତେ ତାଙ୍କୁ ଦୁରେଇ ଦେବା ନିଷ୍ପତି ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଶ୍ରୀ କାନୁନ୍ଗୋ କହିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିପାରିନାହାନ୍ତି । ସ୍କୁଲ ପିଲାମାନେ, ଏନ୍.ସି.ସି., ସ୍କାଉଡ଼୍ ଓ କଲେଜ ପିଲାମାନେ ଏହି ପ୍ୟାରେଡ଼ରେ ଆଦୌ ଅଂଶ ଗ୍ରହଣ କରିନାହାନ୍ତି । ଆଜକୁ ୧୫ ବର୍ଷ ଧରି ସାମ୍ବାଦିକ ପାଇଁ ଉର୍ଦ୍ଦିଷ୍ଟ ଏକ୍ରେଡ଼ିସନ କମିଟି କାର୍ଯ୍ୟ କରୁନାହିଁ କାହିଁକି? ଯେଉଁ ସାମ୍ବାଦିକମାନେ ସରକାର ବିରୁଦ୍ଧରେ ସାମାନ୍ୟତମ ଲେଖାଟିଏ ଲେଖିଲେ ବା ପଦୁଟିଏ କହିଲେ ତାଙ୍କୁ ଘର ଛାଡ଼ିବା ନୋଟିସ୍ ଠାରୁ ଆରମ୍ଭ କରି ଜେଲ ପଠାଇବା ପର୍ଯ୍ୟନ୍ତ ଧମକ ଦିଆଯାଉଛି । ଏହା ସରକାରଙ୍କର ସତ୍ୟ ଓ ନ୍ୟାୟ ପ୍ରତି କେତେ ନିଷ୍ଠା ରହିଛି ଏଥିରୁ ବୁଝାପଡ଼ୁଛି । ସାମ୍ବାଦିକମାନଙ୍କୁ କାହିଁକି ବିଧାନସଭା ଲବି ଭିତରକୁ, ସଚୀବାଳୟକୁ, କୃଷି ଭବନକୁ ଛଡ଼ାଯାଉନାହିଁ । ସାମ୍ବାଦିକମାନେ ସମ୍ବାଦ ସଂଗ୍ରହ କିପରି କରିବେ? ଏ ସରକାରଙ୍କର ଏତେ ଭୟ କାହିଁକି? ଶ୍ରୀକାନୁନ୍ଗୋ ରାଜ୍ୟର ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ, କଂଗ୍ରେସର ୩୧୪ ବ୍ଲକ ଘେରାଉ କାର୍ଯ୍ୟକ୍ରମକୁ ସେମାନେ ତାଙ୍କ ଗଣମାଧ୍ୟମରେ ସ୍ଥାନୀତ ଦେଇଥିବା ହେତୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଆସନ୍ତା ଦିନମାନଙ୍କରେ ତାଙ୍କର ସାହାଯ୍ୟ କଂଗ୍ରେସ ଦଳ ପାଇଁ ନିତ୍ୟାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି । ପ୍ରଦେଶ କଂଗ୍ରେସର ଅନ୍ୟତମ ମୁଖପାତ୍ର ଶ୍ରୀ ରଜନ ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି କହିଥିଲେ ଯେ, ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଜାଣିବାର ଅଧିକାର ଅଛି । ଯଦି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟଗତ ସମସ୍ୟା ଦୃଷ୍ଟିକୋଣରୁ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିପାରୁନାହାନ୍ତି ତାହା କାହିଁକି ଲୁଚେଇ ରଖାଯାଉଛି । ଗଣମାଧ୍ୟମକୁ ସଭାସ୍ଥଳକୁ ନଛାଡ଼ିବା ଯୋଗୁଁ ପ୍ରକୃତ ତଥ୍ୟ ରାଜ୍ୟବାସୀ ଜାଣିପାରୁନାହାନ୍ତି । ଏଭଳି ନିଷ୍ପତି କାହିଁକି ଓ କାହାର ସ୍ୱାର୍ଥ ସାଧନ କରିବା ପାଇଁ ପ୍ରଶାସନିକ ଅଧିକାରୀମାନେ ନେଉଛନ୍ତି । ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯଦି ପ୍ୟାରେଡ଼୍ ହେବ ନାହିଁ, ଗଣମାଧ୍ୟମର ପ୍ରତିନିଧି ସାମିଲ ହେବେ ନାହିଁ, ତାହାଲେ ସ୍ୱାଧୀନତା ଦିବସର କାର୍ଯ୍ୟକ୍ରମ କାହିଁକି ପାଳନ କରାଯାଉଛି । ଏହା କ’ଣ ନାମକୁ ମାତ୍ର ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବ ନିଜ ମୋବାଇଲରେ ଫଟୋ ଉଠାଇ ଗଣମାଧ୍ୟମ ପ୍ରତିନିଧିକୁ ପ୍ରକୃତ ଫଟୋ ପରିବର୍ତେ ଫଟୋ ସପି କରି ଫଟୋ ପଠାଇବା ଦ୍ୱାରା ପ୍ରକୃତ ସତ୍ୟ ଲୋକଙ୍କୁ ଜଣାଯାଉନାହିଁ ଏବଂ ଲୋକ ଜାଣିପାରୁନାହାନ୍ତି । ଏହା ଏକ ରାଜ୍ୟବାସୀଙ୍କ ପ୍ରତି ବଡ଼ ଷଡ଼ଯନ୍ତ୍ର । ଏବେ ତ କୋଭିଡ଼୍ ସମୟ ନୁହଁ? କାହିଁକି ସାଧାରଣ ଲୋକମାନଙ୍କୁ ପ୍ରଦର୍ଶନ ପଡ଼ିଆକୁ ଛଡ଼ାଯାଉନଥିଲା । ଏହାର ଉତର ରାଜ୍ୟସରକାର ରଖିବେ କି? ପ୍ରଦେଶ କଂଗ୍ରେସ ଅନ୍ୟତମ ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାସ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
[ad_2]