ରାଜ୍ୟ

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଲା କାର, ତିନି ଜଣ ଗୁରୁତର – Ibnodisha

[ad_1]

ଯାଜପୁର : ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଲା କାର। ଫଳରେ କାରରେ ଥିବା ତିନି ଜଣ ଗୁରୁତର ଆହତ। ସୂଚନା ମୁତାବକ, ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥର ଝାଟିଆପଡା ନିକଟରେ ଏହି କାରଟି ଭାରସାମ୍ୟ ହରାଇ ତଳକୁ ଖସି ପଡିଛି। ବ୍ରିଜ ତଳେ ଯାଇଥିବା କୁଆଁରିଆ ନାଳରେ କାରଟି ଖସିପଡି ଓଲଟି ଯିବାରୁ କାରରେ ଥିବା ତିନି ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

କାରଟି ଡ଼ୁବୁରୀରୁ କଟକ ଅଭିମୁଖେ ଫେରୁଥିବା ସମୟରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ବଡ଼ଚଣା ମେଡିକାଲକୁ ପଠାଇଥିଲେ। ତେବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି।

୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ବ୍ରିଜଟି ପୁରୁଣା ହେବା ସହ ସାଇଡ ରେଲିଙ୍ଗ ନଥିବାରୁ କାରଟି ବ୍ରିଜ ତଳକୁ ଖସି ପଡିଥିବା ଜଣାଯାଇଛି। ଏପଟେ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ ହେଉଥିବାରୁ ଏହି ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button