ରାଜ୍ୟ

ଗନ୍ଧମାର୍ଦ୍ଦନ ପାହାଡ଼ରେ ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ – Ibnodisha

[ad_1]

ବରଗଡ଼ : ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପାହାଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏବେ ମଧ୍ୟ ସେଠାରେ ଜାରି ରହିଛି ଅପରେସନ। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଉଥିବା ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ସୁରକ୍ଷାକର୍ମୀମାନେ ଗନ୍ଧମାର୍ଦ୍ଦନ ପାହାଡ଼ରେ ସର୍ଚ୍ଚ ଅପରେସନ ଚଳାଇଥିଲେ। ଏହି ସମୟରେ ହଠାତ୍‌ ଅପର ପାର୍ଶ୍ୱରୁ ଆଖିବୁଜା ଫାୟାରିଂ ହେବା ଆରମ୍ଭ ହେଲା।

ଗନ୍ଧମାର୍ଦ୍ଦନ ପାହାଡ଼ରେ ବହୁ ସଂଖ୍ୟାରେ ନକ୍ସଲ ଥିବା ବେଳେ ସେମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବରେ ସୁରକ୍ଷା କର୍ମୀମାନେ ବି ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ଜଣାଯାଇଛି। ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମିଳିନି। ସୁରକ୍ଷା କର୍ମୀମାନେ ଗନ୍ଧମାର୍ଦ୍ଦନ ପାହାଡ଼ରେ ଥିବା ବହୁ ନକ୍ସଲ କ୍ୟାମ୍ପକୁ ଧ୍ୱସଂ କରିଥିବା ବେଳେ ସର୍ଚ୍ଚ ଅପରେସନ ବେଳେ ବହୁ ବିସ୍ଫୋରକ ସାମଗ୍ରୀ, ଗୋଳା ବାରୁଦ ଆଦି ଜବତ ହୋଇଥିବା ଜଣାଯାଇଛି। ଏବେ ସୁଦ୍ଧା ଫାୟାରିଂ ଶେଷ ହୋଇ ନ ଥିବା ଜଣାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button