ରାଜ୍ୟ

ରାଜଧାନୀରୁ ମିଳିଲା ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ମୃତଦେହ – Ibnodisha

[ad_1]

ଭୁବନେଶ୍ୱର : ରାଜଧାନୀରୁ ଉଦ୍ଧାର ହେଲା ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ମୃତଦେହ । ଭୁବନେଶ୍ୱର ପୁରୁଣା ବିଏମ୍‌ସି ଅଫିସ୍ ପଛ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତା ଯୁବତୀଜଣକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ।

ଭୁବନେଶ୍ୱର କୋର୍ଟ ପଛପଟେ ଥିବା ହରିହର ବିଦ୍ୟାପୀଠ ନିକଟସ୍ଥ ଏକ ଭଡ଼ାଘରୁ ତାଙ୍କର ଝୁଲନ୍ତା ମୃତ ଦେହ ମିଳିଛି। ବରଗଡ଼ ଥାନା ପୁଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୁଲିସ । ସରୋଜିନୀ ଜଣେ ରାଜ୍ୟସ୍ତରୀୟ ବକ୍ସିଂ ଓ ଖେଖୋ ଖେଳାଳି । ଗତ କିଛି ବର୍ଷ ହେବ ସେ ରାଜଧାନୀରେ ରହିବା ସହ କଟକ ରୋଡ୍ ରେ ଏକ ବାଇକ୍ ସୋ-ରୁମ୍ ରେ ଚାକିରି କରୁଥିଲେ । ତେବେ କିପରି ଓ କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ଘଟିଲା ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button