ରାଜ୍ୟ

ଜାନୁଆରୀରେ ଓଡ଼ିଶାର ଦ୍ୱିତୀୟ ସର୍ବାଧିକ ଜିଏସଟି ସଂଗ୍ରହ – Ibnodisha

[ad_1]

ଭୁବନେଶ୍ୱର: ୨୦୨୪ ଜାନୁଆରୀ ମାସରେ ଓଡ଼ିଶା ମୋଟ ଜିଏସଟି କ୍ଷେତ୍ରରେ ଏଯାବତ ଦ୍ୱିତୀୟ ସର୍ବାଧିକ ସଂଗ୍ରହ ହାସଲ କରିଛି । ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ଫଇସଲା କ୍ଷେତ୍ରରେ ତୃତୀୟ ସର୍ବାଧିକ ସଂଗ୍ରହ । ଏନେଇ ବାଣିଜ୍ୟକର ଏବଂ ଜିଏସଟି କମିଶନରରେଟ ପକ୍ଷରୁ ସୂଚନା ମିଳିଛି । କେନ୍ଦ୍ରୀୟ ଜିଏସଟି, ସମନ୍ୱିତ ଜିଏସଟି, ରାଜ୍ୟ ଜିଏସଟି ଓ ଅତିରିକ୍ତ ଟିକସ ମିଶାଇ ୨୦୨୪ ମସିହା ଜାନୁଆରୀ ମାସରେ ଓଡ଼ିଶା ମୋଟ ଜିଏସଟି କ୍ଷେତ୍ରରେ ଏଯାବତ ଦ୍ୱିତୀୟ ସର୍ବାଧିକ ସଂଗ୍ରହ ହାସଲ କରିଛି । ୨୦୨୩ ମସିହା ଜାନୁଆରୀ ମାସରେ ରାଜ୍ୟ ୪୨୫୫.୫୯ କୋଟି ଟଙ୍କା ମୋଟ ଜିଏସଟି ସଂଗ୍ରହ କରିଥିବାବେଳେ ୨୦୨୪ ମସିହା ଜାନୁଆରୀ ମାସରେ ଏହା ୪୯୬୩.୧୬ କୋଟି ଟଙ୍କା ସଂଗ୍ରହ ହୋଇଛି । ଫଳରେ ଏ କ୍ଷେତ୍ରରେ ୧୬.୬୩ ପ୍ରତିଶତ ଅଭିବୃଦ୍ଧି ହାର ହାସଲ ହୋଇଛି ।

ଚଳିତ ଆର୍ôଥକ ବର୍ଷର ଜାନୁଆରୀ ମାସ ପର୍ଯ୍ୟନ୍ତ ୪୪୫୦୨.୮୩ କୋଟି ଟଙ୍କା ଜିଏସଟି ସଂଗୃହିତ ହୋଇଛି । ୨୦୨୨-୨୩ ଆର୍ôଥକ ବର୍ଷର ଜାନୁଆରୀ ମାସ ସୁଦ୍ଧା ହୋଇଥିବା ସଂଗ୍ରହ ତୁଳନାରେ ଏହା ୧୦.୭୮ ପ୍ରତିଶତ ଅଧିକ । ଜାନୁଆରୀ ମାସରେ ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ଫଇସଲା ବାବଦକୁ ଓଡ଼ିଶା ୨୨୭୧.୭୭ କୋଟି ଟଙ୍କା ସଂଗ୍ରହ କରିଛି । ଏଯାବତ ଏହା ତୃତୀୟ ସର୍ବାଧିକ ସଂଗ୍ରହ । ୨୦୨୩ ମସିହା ଜାନୁଆରୀରେ ଏ ବାବଦରେ ୧୮୦୦.୮୬ କୋଟି ଟଙ୍କାର ସଂଗ୍ରହ ହୋଇଥିଲା । ଏହି ତୁଳନାରେ ଏହା ୨୬.୧୫ ପ୍ରତିଶତ ଅଧିକ । ଚଳିତ ଆର୍ôଥକ ବର୍ଷର ଜାନୁଆରୀ ମାସ ସୁଦ୍ଧା ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ଫଇସଲା ବାବଦକୁ ଓଡ଼ିଶା ୧୯୬୦୦.୭୮ କୋଟି ଟଙ୍କା ସଂଗ୍ରହ କରିଛି । ୨୦୨୨-୨୩ ଆର୍ôଥକ ବର୍ଷର ଜାନୁଆରୀ ସୁଦ୍ଧା ଏହି ସଂଗ୍ରହ ପରିମାଣ ଥିଲା ୧୫୦୩୬.୩୮ କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୩୦.୩୬ ପ୍ରତିଶତ । ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି କମିଶନରରେଟ ଦ୍ୱାରା ପରିଚାଳିତ ହେଉଥିବା ସମସ୍ତ ଟିକସ ବ୍ୟବସ୍ଥା ଅଧୀନରେ ୨୦୨୪ ମସିହା ଜାନୁଆରୀ ମାସରେ ୩୩୯୯.୯୩ କୋଟି ଟଙ୍କା ସଂଗୃହୀତ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button