ଦେଶ

ମହିଳା କର୍ମଚାରୀଙ୍କୁ ଅସଦାଚରଣ କଲେ ଓଡ଼ିଆ ଆଇଏଫଏସ୍ ଅଧିକାରୀ; ଶେଷରେ କ’ଣ ହେଲା ଜାଣନ୍ତୁ…. – Ibnodisha

[ad_1]

ଡେରାଡୁନ: ଉତ୍ତରାଖଣ୍ଡରେ ବରିଷ୍ଠ ଓଡ଼ିଆ ଆଇଏଫଏସ ଅଧିକାରୀ ସୁଶାନ୍ତ ପଟ୍ଟନାୟକଙ୍କ ବିରୋଧରେ ଅସଦାଚରଣ ମାମଲା । ଜଣେ ଅଧସ୍ତନ ମହିଳା କର୍ମଚାରୀଙ୍କ ସହ ଅସଦାଚରଣ କରିଥିବା ନେଇ ଡେରାଡୁନ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସୁଶାନ୍ତ ପଟ୍ଟନାୟକଙ୍କୁ ଉତ୍ତରାଖଣ୍ଡ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ(ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ)ରୁ ହଟାଇ ଦିଆଯାଇଛି । ପୋଲିସ ମାମଲାରେ ତଦନ୍ତ ଜାରି ରଖିଛି । ଆଇଏଫଏସ ଅଧିକାରୀ ସୁଶାନ୍ତ ପଟ୍ଟନାୟକ ଉତ୍ତରାଖଣ୍ଡର ପାୱାରଫୁଲ ଅଫିସରଙ୍କ ଭିତରେ ଗଣାଯାଆନ୍ତି ।

ଜଣେ ବିଭାଗୀୟ ମହିଳା କର୍ମଚାରୀ ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ, ନିକଟରେ ଆଇଏଫଏସ ଅଧିକାରୀଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ସେ ତାଙ୍କୁ ସମବେଦନା ଜଣାଇବାକୁ ଗତ ଜାନୁଆରୀ ୨୪ ତାରିଖ ଦିନ ତାଙ୍କର କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ସୁଶାନ୍ତ ପଟ୍ଟନାୟକ ତାଙ୍କୁ ଏକାକୀ ପାଇ ଅଶ୍ଳୀଳ ବ୍ୟବହାର କରିଥିଲେ । ଏହାକୁ ବିରୋଧ କରି ମହିଳା ଜଣକ କାର୍ଯ୍ୟାଳୟରୁ ବାହାରି ଆସିଥିଲେ । ଏହାପରେ ସୁଶାନ୍ତ ପଟ୍ଟନାୟକ ତାଙ୍କୁ ହ୍ୱାର୍ଟ୍ସଆପରେ ମେସେଜ୍ ପଠାଇ କ୍ଷମା ମାଗିଥିଲେ । କିନ୍ତୁ କିଛି ସମୟ ପରେ ଡିଲିଟ୍ କରିଦେଇଥିଲେ । ହେଲେ ସେ ଉକ୍ତ ମେସେଜକୁ ରିକଭର କରିନେଇଥିଲେ ।

ସେ ତାଙ୍କୁ ଅଶ୍ଳୀଳ ମେସେଜ ମଧ୍ୟ କରିଥିଲେ । ଏହାପରେ ଆଇଏଫଏସ ଅଧିକାରୀ ଏକଥା କାହାରିକୁ ନ ଜଣାଇବାକୁ ଏବଂ ଟଙ୍କା ପ୍ରଲୋଭନ ଦେଖାଇ ତାଙ୍କ ସହ ଆପୋଷ ବୁଝାମଣା କରିବାକୁ ଚାପ ପକାଇଥିଲେ । ଏମିତିକି ବୋର୍ଡର ଜଣେ ଅଧିକାରୀଙ୍କୁ ମହିଳାଙ୍କ ପାଖକୁ ପଠାଇ ବୁଝାମଣା ପାଇଁ କହିଥିଲେ । ହେଲେ ମହିଳା ଜଣକ ଏସବୁ କଥା ରେକର୍ଡିଂ କରି ନେଇଥିଲେ । ଏହାପରେ ସେ ଥାନାରେ ପହଞ୍ଚି ଆଇଏଫଏସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏନେଇ ଡେରାଡୁନ ଏସଏସପି ଅଜୟ ସିଂହ କହିଛନ୍ତି ଯେ, ଦିନକ ପୂର୍ବରୁ ପୀଡିତା ମହିଳା ଥାନାରେ ଏତଲା ଦାୟର କରିଥିଲେ । ଆଇଏଫଏସ ଅଧିକାରୀଙ୍କ ବିରୋଧରେ ପୋଲିସକୁ ସେ କିଛି ପ୍ରମାଣ ମଧ୍ୟ ଦେଇଥିଲେ । ଅଭିଯୋଗ କ୍ରମେ ପୋଲିସ ସଙ୍ଗେ ସଙ୍ଗେ ୩୫୪ ଧାରାରେ ମାମଲା ରୁଜୁ କରିଥିଲା । ଅନ୍ୟପଟେ ଏ ସମ୍ପର୍କରେ ଆଇଏଫଏସ ଅଧିକାରୀଙ୍କୁ ପଚରାଯିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ନେଇ କୌଣସି ସୂଚନା ସେ ପାଇନଥିବା ପ୍ରତିକ୍ରିୟା ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button