ବିଶ୍ୱର ଧନୀ ବ୍ୟକ୍ତି ତାଲିକାରୁ ବାଦ୍ ପଡ଼ିଲେ ଏଲନ୍ ମସ୍କ – Ibnodisha

[ad_1]
ନୂଆଦିଲ୍ଲୀ : ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଜେଫ୍ ବେଜୋସ୍ ଏବେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ହୋଇଛନ୍ତି । ବ୍ଲୁମବର୍ଗ ଅନୂସାରେ, ଏକ୍ସ ଓ ଟେସଲା ପରି ବିଶାଳ କମ୍ପାନୀର ମାଲିକ ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ନୁହଁନ୍ତି । ଗତ ୯ ମାସ ମଧ୍ୟରେ ପ୍ରଥମ ଥର ପାଇଁ ମସ୍କ ଏହି ଟାଇଟଲରୁ ବଞ୍ଚିତ ହୋଇଛନ୍ତି । ଗତକାଲି ଟେସଲା ଇଂକର ସେୟାର ୭.୨ ପ୍ରତିଶତ ହ୍ରାସ ପାଇବା ପରେ ଏଲନ୍ ମସ୍କ ସବୁଠାରୁ ଧନୀ ବ୍ୟକ୍ତି ଭାବେ ବାଦ୍ ପଡ଼ିଛନ୍ତି । ଫଳରେ ଏଲନ୍ ମସ୍କଙ୍କୁ ବଡ଼ ଝଟକା ଲାଗିଛି । ଜେଫ୍ ବେଜୋସ୍ ଏବେ ଏଲନ୍ ମସ୍କଙ୍କ ଠାରୁ ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀଙ୍କ ଆଖ୍ୟା ଛଡ଼ାଇ ନେଇଛନ୍ତି । ଗତକାଲି ଟେସଲା ସେୟାରରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଥିଲା । ପ୍ରାଥମିକ ତଥ୍ୟ ଅନୁସାରେ, ସାଂଘାଇରେ ଥିବା ଏହାର କାରଖାନାରୁ ପରିବହନ ଗୋଟିଏ ବର୍ଷରୁ ଅଧିକ ସମୟ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି । ଏହି ସମୟରେ କରୋନା ମହାମାରୀ ଆରମ୍ଭରୁ ଆମାଜନ ଅନଲାଇନ ବିକ୍ରିରେ ଶୀର୍ଷରେ ରହିଆସିଛି ।
[ad_2]