ମନୋରଞ୍ଜନ

୧୧ବର୍ଷ ତଳେ ପିନ୍ଧିଥିବା ହାରକୁ ପୁଣି ଥରେ ପିନ୍ଧିଲେ କରୀନା – Ibnodisha

[ad_1]

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି। କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ବର୍ତ୍ତମାନ ଏମାନଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବରୁ ଗୁଜରାଟର ଜାମନଗରରେ ୩ଦିନ ଅର୍ଥାତ୍ ମାର୍ଚ୍ଚ ୧-୩ତାରିଖ ପର୍ଯ୍ୟନ୍ତ ବିବାହ ପୂର୍ବ କାର୍ଯ୍ୟକ୍ରମର ହୋଇଥିଲା। ଏହି ୩ଦିନର କାର୍ଯ୍ୟକ୍ରମରେ ବିଶ୍ବର ଅନେକ ଜଣାଶୁଣା ବ୍ୟକ୍ତି ଯୋଗ ଦେଇଥିଲା। ଏମାନଙ୍କ ମଧ୍ୟରେ ଥିଲେ ବଲିଉଡର ଷ୍ଟାର ଦମ୍ପତି କରୀନା କପୁର ଖାନ୍ ଓ ସୈଫ୍ ଅଲୀ ଖାନ୍। ନିଜ ପିଲାମାନଙ୍କ ସହ ଏହି ଦମ୍ପତି ବିବାହ ପୂର୍ବ କାର୍ଯ୍ୟକ୍ରମରେ ପହଞ୍ଚିଥିବା ବେଳେ ସମସ୍ତଙ୍କ ନଜର କରୀନା ପିନ୍ଧିଥିବା ହାରକୁ ଯାଇଥିଲା। ଏହି ହାରଟି ସେ ୨୦୧୨ରେ ପିନ୍ଧିଥିଲେ, ଯାହାକୁ ସେ ପୁଣି ଥରେ ଅନନ୍ତଙ୍କ ବିବାହ କାର୍ଯ୍ୟକ୍ରମରେ ପିନ୍ଧିଥିବା ଦେଖାଯାଇଥିଲା। ୨୦୧୨ରେ କରୀନାଙ୍କ ବିବାହ ଭୋଜି ହୋଇଥିବା ବେଳେ ଏଥିରେ ସେ ଏକ ସୁନ୍ଦର ହାର ପିନ୍ଧିଥିଲେ। ଏହି ହାରଟିକୁ ସେ ପୁଣି ଥରେ ପିନ୍ଧିଥିବା ଦେଖାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button