ରାଜ୍ୟ

ବାତ୍ୟା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ : ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକୁ ଯିବେ ବରିଷ୍ଠ ଆଇଏଏସ୍ ଅଧିକାରୀ

ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳେ ଅବପାତ ଏବଂ ଆସନ୍ତା ୨୩ ତାରିଖରେ ଏହି ସାମୁଦ୍ରକ ଘୂର୍ଣ୍ଣିଝଡ଼ ଏକ ପୂର୍ଣ୍ଣାଙ୍ଗ ବାତ୍ୟାର ରୂପ ନେବ ଓ ଭୂ-ଭାଗ ଆଡ଼କୁ ମୁହାଁଇବ। ତେବେ ବର୍ତ୍ତମାନ ସୁଦ୍ଧା ଯାହା ସ୍ଥିତି ରହିଛି ଏହି ସାମ୍ଭବ୍ୟ ବାତ୍ୟାଟି ପାରାଦୀପରୁ ବାଲେଶ୍ବର ମଧ୍ୟରେ ୨୪ ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ କରିପାରେ।

ଅତି ଭୀଷଣ ବାତ୍ୟାର ରୂପ ନେବ ‘ଦାନା’ ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଉପକୂଳ ଓଡ଼ିଶାରେ ଏହା ତାଣ୍ଡବ ରଚିବ ବୋଲି କୁହାଯାଉଛି। ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୦୦ ରୁ ୧୫୦ କିମି ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ତେବେ ବାତ୍ୟାକୁ ନେଇ ଓଡ଼ିଶା ସରକାର ସତର୍କ ହୋଇଯାଇଛନ୍ତି। ବାତ୍ୟା ପାଇଁ ଆଲର୍ଟ ମୋଡ଼କୁ ଆସିଛି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ। ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ। ଯେଉଁଠାରେ ବାତ୍ୟାର ଗତିପଥ ଉପରେ ତୀକ୍ଷଣ ନଜର ରଖୁଛି କଣ୍ଟ୍ରୋଲ ରୁମ। ସେହିପରି ପ୍ରଭାବିତ ହେବାକୁ ଥିବା ଜିଲ୍ଲାର କାର୍ଯ୍ୟ ଉପରେ ନଜର ରଖିଛି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲିଥିବା କଣ୍ଟ୍ରୋଲ ରୁମ।

ଅନ୍ୟପଟେ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ବାତ୍ୟା ସ୍ଥିତିର ମୁକାବିଲା ପାଇଁ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ବ ଦିଆଯିବ। କେଉଁ ଜିଲ୍ଲାକୁ କେତେ ଏନଡ଼ିଆରଫ ଓ ଓଡ୍ରାଫ ଟିମ ଓ ସେ ନେଇ ଚାଲିଛି ଯୋଜନା । ଉପକୂଳ ଓଡ଼ିଶା ଯଥା ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତିରେ ଅଧିକ ଏନଡ଼ିଆରଫ, ଓଡ୍ରାଫ ଓ ଅଗ୍ନିଶମ ଟିମ ମୁତୟନ ହେବେ। ଆଜି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲା ଅଭିମୁଖେ ବାହାରିବ ଏନଡ଼ିଆରଫ, ଓଡ୍ରାଫ ଓ ଅଗ୍ନିଶମ ଟିମ। ଜିଲ୍ଲାପାଳ ମାନେ ସ୍ଥିତି ସମୀକ୍ଷା କରି ଅପରାହ୍ନ ସୁଦ୍ଧା ରିପୋର୍ଟ ଦେବା ପରେ ଆବଶ୍ୟକତା ଅନୁଯାୟୀ ସରକାର ସହାୟତା ଯୋଗାଇ ଦେବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନ।

Related Articles

Leave a Reply

Your email address will not be published. Required fields are marked *

Back to top button