ରାଜ୍ୟ

ସ୍ପା’ ସେଣ୍ଟରରେ ଅନୈତିକ କାରବାର ଘଟଣା : ସବୁ ସେଣ୍ଟରରେ ହେବ ଧରପଗଡ଼

ଭୁବନେଶ୍ୱର : ରାଜଧାନୀରେ ସ୍ପା’ ସେଣ୍ଟର ନାମରେ ଅନୈତିକ କାରବାର ଘଟଣା ପ୍ରଘଟ ହେବା ପରେ ଚେତିଛି କମିସନରେଟ୍‌ ପୁଲିସ। ସ୍ପା’ ସେଣ୍ଟରଗୁଡ଼ିକ ଯାଞ୍ଚ କରିବା ଲାଗି ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଆରମ୍ଭ ହେବ। ଭୁବନେଶ୍ୱର ସହରାଞ୍ଚଳର ସମସ୍ତ ଥାନାକୁ ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଅନୁରୂପ ଭାବେ ସ୍ପା’ ସେଣ୍ଟରଗୁଡ଼ିକରେ କାର୍ଯ୍ୟ କରୁଥିବା ଯୁବତୀଙ୍କ ତଥ୍ୟ ଯାଞ୍ଚ କରାଯିବ।

ସେମାନଙ୍କ ଠିକଣା ଓ ପରିଚୟ ବି ଦେଖାଯିବ। ଏଥିସହ ବିନା ଲାଇସେନ୍ସରେ କିମ୍ବା ଲାଇସେନ୍ସ ନେଇ ଅପବ୍ୟବହାର କରୁଥିବା ସ୍ପା’ ସେଣ୍ଟରଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ପିନାକ୍‌ ମିଶ୍ର ସୂଚନା ଦେଇଛନ୍ତି।

ଶନିବାର ବଡ଼ଗଡ଼ ଥାନା ଅଞ୍ଚଳରେ ଡାଇମଣ୍ଡ୍‌ ସେଲୁନ୍‌ ଓ ସ୍ପା’ରେ ଚାକିରି ଦେବା ଆଳରେ ଯୁବତୀଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜିତ ଲାଗି ମାଲିକାଣୀ ଚାପ ପକାଉଥିଲେ। ସେ ମନା କରିବାରୁ ତାଙ୍କୁ ଘରେ ବନ୍ଦୀ କରି ରଖିବା ସହ ଅକଥନୀୟ ଅତ୍ୟାଚାର କରୁଥିଲେ। ଯୁବତୀ ମୁହଁ ଖୋଲିବା ପରେ ସାମ୍‌ନାକୁ ଆସିଥିଲା ସତ। ଏହି ଘଟଣାରେ ମାଲିକାଣୀ ସମେତ ତାଙ୍କ ପୁରୁଷ ବନ୍ଧୁକୁ ଗିରଫ କରାଯାଇଥିଲା। କିଛି ମାସ ତଳେ ଅନୁରୂପ ଭାବେ ସତ୍ୟନଗରରେ ସ୍ପା’ ସେଣ୍ଟରରେ ଅନୈତିକ କାରବାର ଉପରେ ଚଢ଼ଉ କରି ଦୁଇଜଣ ଗ୍ରାହକଙ୍କ ସମେତ ଏକାଧିକ ରୂପଜୀବୀଙ୍କୁ ଉଦ୍ଧାର କରାଯାଇଥିଲା। କେବଳ ଏତିକି ନୁହେଁ ୧୦ବର୍ଷରେ ୮୩ଟି ଅନୈତିକ କାର୍ଯ୍ୟକଳାପ ଚାଲିଥିବା ସ୍ଥାନରେ ଚଢ଼ଉ କରାଯାଇ ୨୮୩ ଜଣ ଗ୍ରାହକ ଓ ୨୪୮ଜଣ ରୂପଜୀବୀଙ୍କୁ ଉଦ୍ଧାର କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button