ରାଜ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ – Ibnodisha

[ad_1]

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ପୁରୀ ଗସ୍ତରେ ଆସି ପରିକ୍ରମମାର୍ଗର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ଚାରିପଟ ବୁଲି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ସମ୍ପର୍କରେ ଅବଗତ ହୋଇଥିବା ସହ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପରେ ବଡ଼ଦାଣ୍ଡରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କରାଯାଉଥିବା ସ୍ୱତନ୍ତ୍ର ଚଲାପଥ ଓ ବିଶ୍ରାମସ୍ଥଳ ବୁଲି ଦେଖିଥିଲେ। ଶୀତ ତାପ ନିୟନ୍ତ୍ରିତ ଚଲାପଥ ବୁଲି ଦେଖିବା ସହ ଏଥିରେ ଥିବା ବାରିକେଡ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ କରାଯିବାକୁ ଥିବା ବିଶ୍ରାମସ୍ଥଳୀ ବୁଲି ଦେଖିବା ସହ କାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ।ପରେ ସେ ଶ୍ରୀ ମାର୍ଗ ନିର୍ମାଣ ରାସ୍ତା ଦେଇ ଶ୍ରୀ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ବୁଲି ଦେଖି ଥିବା ବେଳେ ସେଠାରୁ ଶ୍ରୀସେତୁ ରାସ୍ତା ଦେଇ ସମୀକ୍ଷା କରି ପ୍ରତ୍ୟାବର୍ତ୍ତନ କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button