ରାଜ୍ୟ

କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ ପାଇଁ ଜୋର୍‌ଦାର୍ ଦାବି – Ibnodisha

[ad_1]

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧିନରେ କାମ କରୁଥିବା ସବୁ ବର୍ଗର କର୍ମଚାରୀଙ୍କ ସ୍ବାସ୍ଥ୍ୟର ସୁରକ୍ଷା ନିମନ୍ତେ ତୁରନ୍ତ ସ୍ବାସ୍ଥ୍ୟବୀମା ଲାଗୁ କରିବା ପାଇଁ ଆଜି ୯ ତାଲା ପରିସରରେ ବିଭିନ୍ନ ସଂଘର ନେତୃମଣ୍ଡଳୀଙ୍କ ସମାବେଶରେ ଦୃଢ ଦାବି କରାଯାଇଛି। ଓଡିଶାର ଅନ୍ୟତମ କର୍ମଚାରୀ ନେତା ତଥା ପୁରୁଣା ପେନସନ ଆନ୍ଦୋଳନର ସଭାପତି ଶ୍ରୀ ବିଜୟ ମଲ୍ଲ, ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ଶ୍ରୀ ପ୍ରଯତ୍ନ ବରାଳ, କର୍ମଚାରୀ ନେତା ପ୍ରଭାତ ମହାନ୍ତି, ସୁଧାଂଶୁ ପାତ୍ରରଶ୍ମି ରଞ୍ଜନ ପାଢ଼ୀ, ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ସଭାପତି ପ୍ରଦୀପ ପ୍ରଧାନ,ଚତୁର୍ଥ ଶ୍ରେଣୀ କର୍ମଚାରୀ ନେତା ଗଙ୍ଗାଧର ସ୍ବାଇଁ, ଶିକ୍ଷକନେତା ରାଜେନ୍ଦ୍ର ମଲ୍ଲିକ ,ସୁନୀଲ ପ୍ରଧାନ ପ୍ରମୁଖ ତୁରନ୍ତ କ୍ୟାସଲେସ୍ ସ୍ବାସ୍ଥ୍ୟବୀମା ପ୍ରଚଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି। ପ୍ରକାଶ ଥାଉକି ରାଜ୍ୟରେ କାମ କରୁଥିବା କର୍ମଚାରୀ ମାନେ ଦୂରାରୋଗ୍ୟର ଶୀକାର ହୋଇ ଅର୍ଥାଭାବରୁ ଅକାଳରେ ମୃତ୍ୟୁବରଣ କରୁଛନ୍ତି କିନ୍ତୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ସରକାରୀ କର୍ମଚାରୀ ଏବଂ ଆୟକରଦାତା ମାନଙ୍କୁ ବାଦ୍‌ ଦେଇ ଗ୍ରାମାଞ୍ଚଳର ସବୁ ପରିବାର, ଯେଉଁମାନେ ବର୍ତ୍ତମାନ BSKY ଯୋଜନା ଅଧୀନରେ ନାହାନ୍ତି ସେମାନଙ୍କ ପାଇଁ ନୂଆ BSKY-ନବୀନ କାର୍ଡ ଲାଗୁକରିଛନ୍ତି ।

ଦୀର୍ଘଦିନ ଧରି ସ୍ୱାସ୍ଥ୍ୟ କାର୍ଡ ପାଇଁ ରାଜ୍ୟ ସରକାରୀ କର୍ମଚାରୀ ଅପେକ୍ଷାରତ ଥିଲେ ମଧ୍ୟ ଆଜି ସରକାରଙ୍କ ନିଷ୍ପତ୍ତି ନିମନ୍ତେ କର୍ମଚାରୀ ମହଲରେ ଅସନ୍ତୋଷର ବାତାବରଣ ଦେଖାଯାଇଛି । ରାଜ୍ୟର ୯୦ ପ୍ରତିଶତ ଲୋକ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ଲାଭବାନ ହୋଇଥିଲେ ମଧ୍ୟ, ଅଳ୍ପ ସଂଖ୍ୟକ ସରକାରୀ କର୍ମଚାରୀ ବାଦ୍ ପଡିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କର୍ମଚାରୀଙ୍କୁ ଆଶୀର୍ବାଦ ଦେଇଛନ୍ତି ତେଣୁ ମିଳିତ କର୍ମଚାରୀ ମଞ୍ଚର ସମ୍ପୂର୍ଣ୍ଣ ବିଶ୍ବାସ ଆସନ୍ତା ନୂତନ ବର୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଲାଗୁକରିବା ସହ ନିଜର ଉଦାରତା ଦେଖାଇବେ। ଏଥି ସହ ଶ୍ଶୀ ବିଜୟ ମଲ୍ଲ ୫ଟି ଅଧକ୍ଷଙ୍କ ଦ୍ରୁଷ୍ଟି ଆକର୍ଷଣ କରି ଚୁଡାନ୍ତ ନିଷ୍ପତ୍ତି ନିମନ୍ତେ ଗଣମାଧ୍ୟମ ଜରିଆରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

The post କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ ପାଇଁ ଜୋର୍‌ଦାର୍ ଦାବି appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button