ରାଜ୍ୟ

ଏହି ପାଞ୍ଚଟି ଉପାୟରେ ପ୍ରତିଦିନ ନିଜ ଖାଦ୍ୟରେ ସାମିଲ କରାନ୍ତୁ ପ୍ରୋଟିନ୍‌, ରହିବେ ସୁସ୍ଥ

ସବୁବେଳେ ଆମିଷ ଖାଉଥିବା ଲୋକେ ନିରାମିଷ ଖାଉଥିବା ଲୋକମାନଙ୍କ ଖାଦ୍ଯରେ ସ୍ବାଦ ନଥିବା କଥା କହିଥାନ୍ତି। କିନ୍ତୁ ନିରାମିଷ ଖାଉଥିବା ଲୋକ ସର୍ବଦା ସୁସ୍ଥ ରହିଥାନ୍ତି। ଭୋଜନ ସହିତ ଜଡିତ ଅନେକ ସମସ୍ଯା ପ୍ରାୟତଃ ସମସ୍ତଙ୍କୁ ଭୋଗିବାକୁ ପଡିଥାଏ। ଆମ୍ଭମାନଙ୍କ ଖାଦ୍ଯରେ ସବୁବେଳେ ପ୍ରୋଟିନର ଆବଶ୍ଯକତା ରହିଛି। ଶରୀର ପାଇଁ ପୋଷକ ତତ୍ତ୍ବ ନିତାନ୍ତ ଜରୁରୀ। ପ୍ରତିଦିନ ଏହାର ସଠିକ୍ ପରିମାଣ ଶରୀରକୁ ସୁସ୍ଥ ରଖିଥାଏ। ଏହା ଶରୀରରେ କମ୍ ହେବା ଦ୍ବାରା ମାଂସପେଶୀ ଦୁର୍ବଳ ହୋଇପଡେ।

ପ୍ରୋଟିନ ଆମ ଶରୀରରେ ଜମାଟ ବାନ୍ଧି ହୋଇ ରହେନାହିଁ, ଖାସ୍ ଏଥିପାଇଁ ସବୁଦିନ ଖାଦ୍ଯରେ ପ୍ରୋଟିନର ଆବଶ୍ଯକତା ରହିଛି। ଆମ ଶରୀରର ସମସ୍ତ କୋଷିକା ଏବଂ ଅଙ୍ଗପ୍ରତ୍ଯଙ୍ଗର ଦେଖାଶୁଣା କରିବା ପାଇଁ ଏହା ଜରୁରୀ। ପ୍ରୋଟିନ୍ କେଶ ଠାରୁ ଆରମ୍ଭ କରି ହରମୋନ୍, ଆଣ୍ଟିବଡି ଠାରୁ ଆରମ୍ଭ କରି ଶିରା ଏବଂ ହିମୋଗ୍ଲୋବିନ, ହାଡ ସହିତ ଜଡିତ ରହିଛି। ଏହା ଜାଣିବା ନିହାତି ଆବଶ୍ଯକ ଯେ ପ୍ରତିଦିନ ଆମ ଶରୀରକୁ କେତେ ମାତ୍ରାରେ ପ୍ରୋଟିନର ଆବଶ୍ଯକତା ରହିଛି ଯାହାଦ୍ବାରା ଆମ ଶରୀର ବାଲାନ୍ସ ହୋଇ ରହିବ।

ପ୍ରତିଦିନ ଅଧିକ ପ୍ରୋଟିନଯୁକ୍ତ ଖାଦ୍ଯ ଖାଆନ୍ତୁ

brokoli-ପ୍ରତିଦିନ ଚାଉଳ ଏବଂ ଗହମ ଜନିତ ଖାଦ୍ଯ ଖାଆନ୍ତୁ। ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍ ରହିଥାଏ।

-ନିଜର ପ୍ରତିଦିନ ଖାଦ୍ଯ ତାଲିକାରେ ପ୍ରଚୁର ମାତ୍ରାରେ ଡ୍ରାଏ ଫ୍ରୁଟସ୍ ଏବଂ ମଞ୍ଜିକୁ ସାମିଲ କରନ୍ତୁ। କାଜୁ, ବାଦାମ, ଅଖରୋଟରୁ ପ୍ରଚୁର ପରିମାଣର ପ୍ରୋଟିନ୍ ମିଳିଥାଏ। ଏହାକୁ ସକାଳେ ଖାଦ୍ଯରେ କିମ୍ବା ଭୋକ ଲାଗିବା ସମୟରେ ଖାଇପାରିବେ।

-ସୋୟା କ୍ଷୀର ଏବଂ ସୋୟା ଅଟା ଇତ୍ଯାଦି ସାମଗ୍ରୀ ସବୁ ସୋୟାବିନରୁ ପ୍ରସ୍ତୁତ। ଏଥିରେ ପ୍ରୋଟିନର ମାତ୍ରା ଅଧିକ ରହିଥାଏ। ସୋୟା ଅଟାକୁ ପ୍ରତିଦିନ ଅଟାରେ ଆପଣ ମିଶାଇ ପାରିବେ।

-ପ୍ରୋଟିନରେ ଭରପୂର ପନିପରିବା ଯଥା ମଟର, ବ୍ରୋକଲି, ପାଳଙ୍ଗ,ଭେଣ୍ଡି, ଛତୁ, ବିନ୍ସ ଇତ୍ଯାଦିରେ ପ୍ରୋଟିନ୍ ଭରପୁର ରହିଥାଏ। ଏହାକୁ ପ୍ରତିଦିନ ନିଜ ଖାଦ୍ଯରେ ସାମିଲ କରାନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button