IBN ଓଡ଼ିଶା ବ୍ୟୁରୋ

କ୍ଷୀର ଛିଡିବା ପରେ ଫିଙ୍ଗନ୍ତୁ ନାହିଁ ତାହାର ପାଣି, ଜାଣନ୍ତୁ ଏହାର ଚମତ୍କାରୀ ଲାଭ ଏବଂ ବ୍ୟବହାର

ଅଧିକାଂଶ ଲୋକମାନେ କ୍ଷୀର ଛିଡିଯିବା ପରେ ସେଥିରୁ ପାଣି ବାହାର କରି ପନିର୍ ତିଆରି କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ସେହି ପାଣିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥାଏ। ଆଜ୍ଞା ହଁ ଏକଥା ବିଲକୁଲ୍ ସତ। କାରଣ ଏହି ପାଣି ମାଂସପେଶୀକୁ ଶକ୍ତି ପ୍ରଦାନ କରିବା ସହ ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇବାରେ ସାହାଯ୍ୟ କରିଥାଏ। ଛେନାପାଣି ବ୍ୟକ୍ତିଠାରେ ଦେଖାଯାଉଥିବା ହୃଦୟ ସମ୍ବନ୍ଧିତ ରୋଗଠୁଁ ଆରମ୍ଭ କରି ପେଟ ଜନିତ ସମସ୍ୟା ଓ ମୋଟାପଣ ମଧ୍ୟ ଦୂର କରିଥାଏ। ଏହାବ୍ୟତୀତ ଛେନାପାଣି ତ୍ୱଚାରେ ଉଜ୍ଜ୍ବଳତା ଓ ନମନୀୟତା ଆଣିବାରେ ମଧ୍ୟ ସାହାଯ୍ୟ କରିଥାଏ।

milk water-ତ୍ୱଚାରେଉଜ୍ଜ୍ବଳତା ଓ ନମନୀୟତା ଆଣିବାକୁ ହେଲେ ଆପଣ ଗାଧୋଇବା ପାଣିରେ ଛେନା ପାଣିର ମିଶ୍ରଣ କରି ଏଥିରେ ଗାଧାନ୍ତୁ, କାରଣ ଏଥିରେ ରହିଥିବା ମାଇଫ୍ରୋବିୟଲ୍‌ ଗୁଣ ଯୋଗୁ ଏହା ଆମ ତ୍ୱଚା ଓ ମସ୍ତିଷ୍କର ପିଏଚ୍‌ କୁ ନିୟନ୍ତ୍ରଣ କରି ରଖିବାରେ ସାହାଯ୍ୟ କରିଥାଏ।

-ଛେନା ପାଣିକୁ ଆପଣ କଣ୍ଡିସନର୍‌ ଭଳି ମଧ୍ୟ ବ୍ୟବହାର କରିପାରିବେ। କେଶକୁ ସାମ୍ପୁ କରିବା ପରେ ଆପଣ ଛେନା ପାଣିରେ କେଶକୁ ଧୋଇ କିଛି ସମୟ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ଏହାପରେ ପାଣିରେ କେଶକୁ ଧୋଇ ଦିଅନ୍ତୁ। ଏପରି କିଛି ଦିନ ବ୍ୟବହାର କରିବାପରେ ଆପଣ ନିଜେ ଏହାର ଫରକ୍‌ ଜାଣିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button