ଜାମୁକୋଳି ଖାଇବା ପୂର୍ବରୁ ନିଶ୍ଚୟ ଜାଣନ୍ତୁ ଏଥିରୁ କଣ ହୋଇଥାଏ କ୍ଷତି

ଗୋଲ ରସରେ ଭରା ଜାମୁକୋଳି କାହାକୁ ବା ଭଲ ଲାଗିନଥାଏ। କିଛି ଲୋକ ଏହାକୁ ସ୍ବାଦ ପାଇଁ ଖାଉଥିବାବେଳେ ଆଉ କେହି ଲୋକ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ଖାଇଥାନ୍ତି। ଏହି ଦିନରେ ବଜାରରେ ଜାମୁକୋଳି ଖୁବ୍ ବିକ୍ରୀ ହେଉଛି। କାର୍ବୋହାଇଡ୍ରେଟ୍, ପ୍ରୋଟିନ, ମିନେରାଲ, କ୍ୟାଲସିୟମ, ଫସଫରସ୍, ଆଇରନ୍, ଭିଟାମିନ ଏ-ବି-ସି, ଗ୍ୟୋଲିଏ ଏସିଡ୍ ଭରପୂର ମାତ୍ରାରେ ଜାମୁକୋଳିରେ ଥାଏ। ଏହା ଶରୀର ପାଇଁ ଯେତିକି ଲାଭକାରୀ ହୋଇଥାଏ ସେତିକି କ୍ଷତିକାରକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଜାମୁକୋଳି କିଛି କ୍ଷତି ବିଷୟରେ।
-ଜାମୁକୋଳିରେ ଆଇରନ୍ ବହୁତ ମାତ୍ରାରେ ରହିଥାଏ। ଏମିତିରେ ଖାଲିପେଟରେ ଜାମୁକୋଳି ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ। ସକାଳୁ ଜାମୁକୋଳି ଖାଇବା ଦ୍ବାରା ଦାନ୍ତ ହଳଦିଆ ପଡିଯାଏ। ଜାମୁକୋଳିକୁ ଦ୍ବିପ୍ରହରେ ଖାଇବା ଉଚିତ ସମୟ ରହିଥାଏ।
-ଅନେକ ଲୋକ ଅନ୍ୟ ଫଳ ଅର୍ଥାତ୍ ସେଓ, କଦଳୀ ଏବଂ ଆମ୍ବ ଖାଇବା ପରେ କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି କିନ୍ତୁ ଜାମୁକୋଳି ଖାଇବା ପରେ କ୍ଷୀର ପିଇବାର ଭୁଲ ବିଲକୁଲ ବି କରନ୍ତୁ ନାହିଁ। ଏମିତି କଲେ ପେଟ ସମ୍ବନ୍ଧିତ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ।
-ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଜାମୁକୋଳି ଖାଇବା ଅନୁଚିତ। ଜାମୁକୋଳିର ଖଟା ସ୍ବାଦ ଶୀଘ୍ର ମା’ କ୍ଷୀରରେ ମିଶିଯାଇଥାଏ ଯାହାଦ୍ବାରା ସେହି କ୍ଷୀର ପିଇବା କାରଣରୁ ପିଲାଙ୍କର ପେଟ ଖରାପ ହୋଇଥାଏ।
-ଅଧିକ ମାତ୍ରାରେ ଜାମୁକୋଳି ଖାଇବା ଦ୍ବାରା ଗଳା ଏବଂ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇପାରୋ। ଏଥିପାଇଁ ୧୦ଟିରୁ ୧୫ଟା ଜାମୁକୋଳିରୁ ଅଧିକ ଖାଇବା ଉଚିତ ନୁହେଁ।




