IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବଦଳୁଥିବା ପାଣିପାଗରୁ ପେଟକୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ପ୍ରସ୍ତୁତ କରନ୍ତୁ ମୁଗ ଖେଚୁଡି

ଖେଚୁଡି ଭାରତରେ ପ୍ରସ୍ତୁତ ହୋଇପାରୁଥିବା ସବୁଠାରୁ ସହଜ ଖାଦ୍ୟ। ଏହା ଏପରି ଏକ ଖାଦ୍ୟ ଯେଉଁଥିରେ ମୁଗଡାଲି ଏବଂ ଚାଉଳ ଛଡା କିଛି ବି ନଥାଏ, କିନ୍ତୁ ଏହା ପେଟ ପାଇଁ ସ୍ୱାସ୍ଥ୍ୟପ୍ରଦ। ବଦଳୁଥିବା ପାଣିପାଗ ଅନୁଯାୟୀ ଖାଦ୍ୟପଦାର୍ଥ ବିଷାକ୍ତ ହେବା ସହ ସଂକ୍ରମଣ ମଧ୍ୟ ହେଉଛି। ଯାହାଦ୍ୱାରା ଆମ୍ଭେମାନେ ପେଟ ରୋଗରେ ଆକ୍ରାନ୍ତ ହେଉଛେ। ପ୍ରତିଦିନ ଜଙ୍କଫୁଡ ନ ଖାଇ ଖେଚୁଡିକୁ ନିଜ ଡାଏଟରେ ସାମିଲ କରାନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବା ସହିତ ଶରୀରକୁ ଫୂର୍ତ୍ତି ମଧ୍ୟ ମିଳିବ।

ଖେଚୁଡି ଖାଇବା ଦ୍ୱାରା କ’ଣ ହୁଏ ଫାଇଦା:
-ମୁଗ ଡାଲିରେ ନିର୍ମିତ ଖେଚୁଡି ବହୁ ହାଲକା ହୋଇଥାଏ। ଆୟୁର୍ବେଦରେ ଏହାର ନାମ ପରନା ଡାଲ ମଧ୍ୟ କୁହାଯାଏ।
-ଖେଚୁଡିରେ ହଳଦୀ ମିଶାଇବା ଦ୍ୱାରା ଆଣ୍ଟିସେପଟିକ କାମ କରିଥାଏ। ତେଣୁ କରି ଖେଚୁଡିରେ ହଳଦୀ ମିଶାଯାଏ।
-ମୁଗ ଡାଲି ଖେଚୁଡିରେ ଅଧିକ ମାତ୍ରାରେ ପ୍ରୋଟିନ ରହିଥାଏ ଯାହା ପେଟ ପାଇଁ ବହୁତ ଭଲ।
– ଦହି ସହିତ ମୁଗ ଡାଲିର ଖେଚୁଡି ଖାଇବା ଦ୍ୱାରା ଭଲଭାବେ ହଜମ ହୋଇଯାଏ
-ମୁଗ ଡାଲି ଖେଚୁଡିରେ ଫାଇବର, ଭିଟାମିନ ସି, କ୍ୟାଲସିଅମ, ମ୍ୟାଗ୍ନେସିୟମ, ପୋଟାସିଅମ ଏବଂ ଫସଫରସ ରହିଥାଏ।

khechudi 1

ମୁଗ ଡାଲି ଖେଚୁଡି କରିବାର ପ୍ରଣାଳୀ:
ସାମଗ୍ରୀ:
-୧/୨ କପ ଚୋପା ଛଡା ମୁଗଡାଲି
-୨ ଚାମଚ ଘିଅ
-୨ ଚାମଚ ଜିରା
-ଅଳ୍ପ ଟିକେ ହେଙ୍ଗୁ
– ସ୍ୱାଦ ଅନୁସାରେ ଲୁଣ।
ପ୍ରଣାଳୀ: ଡାଲି ଏବଂ ଚାଉଳକୁ ମିଶାଇ ଅଧା ଘଣ୍ଟା ପାଇଁ ଭିଜାଇ ଦିଅନ୍ତୁ। ଏବେ ଡାଲି ଏବଂ ଚାଉଳରୁ ପାଣି କାଢି ଅନ୍ୟ ଏକ ପ୍ୟାନରେ ଘିଅ ଗରମ କରନ୍ତୁ। ଏଥିରେ ଏବେ ଜିରା ଏବଂ ହେଙ୍ଗୁ ପକାନ୍ତୁ। ଜିରା ଫୁଟିଗଲା ପରେ ଏଥିରେ ଚାଉଳ ଏବଂ ଡାଲି ମିଶାନ୍ତୁ। ଏବେ ଏଥିରେ ଲୁଣ ମିଶାଇ ଘାଣ୍ଟିଦିଅନ୍ତୁ। ଏବେ ଦୁଇ କପ୍‌ ପାଣି ଦେଇ ଏହାକୁ ଫୁଟିବାକୁ ଦିଅନ୍ତୁ। ୧୦ ମିନିଟ ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମୁଗ ଡାଲି ଖେଚୁଡି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button