IBN ଓଡ଼ିଶା ବ୍ୟୁରୋ

ଆପଣଙ୍କୁ ଡାଇବେଟୀଜ୍‌ କିନ୍ତୁ ମିଠା ଖାଇବାକୁ ମନ! ତେବେ ଘରେ ମିନିଟରେ ପ୍ରସ୍ତୁତକରନ୍ତୁ ‘ସୁଗାର ଫ୍ରି କାଜୁ କତଲୀ’

ମିଠାକୁ ଦେଖି ସମସ୍ତଙ୍କର ମୁହଁରେ ପାଣି ଆସିଯାଏ। କିନ୍ତୁ ବହୁତ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ ଅଛନ୍ତି ଯେଉଁ କାରଣରୁ ସେମାନେ ଏହାକୁ ଖାଇବା ଠାରୁ ଦୂରେଇ ରୁହନ୍ତି। ଯଦି ଆପଣ ମଧ୍ୟ ମିଠା ଖାଦ୍ୟ ପଦାର୍ଥ ଖାଇବାର ସୌକିନ ଏବଂ ଚାହିଁକି ବି ମିଠା ଠାରୁ ଦୂରେଇ ରହୁଛନ୍ତି ତେବେ ଏବେ ଆପଣଙ୍କୁ କଣ୍ଟ୍ରୋଲ କରିବାର ଆବଶ୍ୟକତା ନାହିଁ। ଆଜି ଆମେ ଆପଣଙ୍କୁ ଘରେ ସହଜରେ କେମିତି ସୁଗାର ଫ୍ରି କାଜୁ ରେସିପି ବନାଇବେ।

ସୁଗାର ଫ୍ରି କାଜୁ କତଲୀ ବନାଇବା ପାଇଁ ଆବଶ୍ୟକୀୟ ସାମଗ୍ରୀ

୧ କପ୍‌ କାଜୁ – ପେଷ୍ଟ ହୋଇଥିବା

୫-୬ ବଡ ଚାମଚ ସୁଗାର ଫ୍ରି

୪-୫ ଟି କେସର

ଅଧା ଚାମଚ ଅଳେଇ ପାଉଡର

ପାଣି – ଆବଶ୍ୟକ ଅନୁଯାୟୀ

ସୁଗାର ଫ୍ରି କାଜୁ କତଲୀ ବନାଇବାର ପ୍ରସ୍ତୁତି

kaju-katli

-ସର୍ବପ୍ରଥମେ ଏକ କଡାରେ ପାଣି, ସୁଗାର ଫ୍ରି ଏବଂ କେସର ପକାନ୍ତୁ।

-ପାଣିକୁ ସେତେ ପଯ୍ୟର୍ନ୍ତ ଚଲାନ୍ତୁ ଯେତେ ପଯ୍ୟର୍ନ୍ତ ସୁଗାର ଫ୍ରି ଭଲଭାବେ ଘୋଳ ପ୍ରସ୍ତୁତ ନ ହୋଇଛି। ଏବେ ଏଥିରେ ଇଲାଇଚି ପାଉଡର ପକାନ୍ତୁ।

-ଯେତେବେଳେ ଏହି ମିଶ୍ରଣ ଗାଢ଼ା ହେବାକୁ ଲାଗିବ ତେବେ ସେଥିରେ ଅଳ୍ପ ଅଳ୍ପ କରି କାଜୁ ପକାନ୍ତୁ। ଧ୍ୟାନ ରଖନ୍ତୁ ଯେତେବେଳେ ପେଶା ହୋଇଥିବା କାଜୁ ପକାଇ ଲଗାତର ଚଲାନ୍ତୁ। ଏହାକୁ ଧୀର ଆଞ୍ଚରେ ଚଲାନ୍ତୁ।

-ଆପଣଙ୍କ ମିଶ୍ରଣ ପ୍ରସ୍ତୁତ ହୋଇଗଲା ପରେ ଏହାକୁ ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ।

-ମିଶ୍ରଣ ଥଣ୍ଡା ହୋଇଗଲା ପରେ ଗୋଟିଏ ଥାଳିରେ ହାତରେ ଘିଅ ଲଗାନ୍ତୁ ଏବଂ ମିଶ୍ରଣକୁ ଚାରି ଆଡକୁ ମେଲାଇ ଦିଅନ୍ତୁ।

-ଯେତେବେଳେ ଏହା ଭଲଭାବେ ଜମା ହୋଇଯିବ ତେବେ ଛୁରୀ ସାହାଯ୍ୟରେ କାଜୁ କତଲୀକୁ କାଟି ଦିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button