IBN ଓଡ଼ିଶା ବ୍ୟୁରୋ

ଏନକ୍ଲୋଜରକୁ ଗଲା ବାଘୁଣୀ ଜିନତ୍, ୨୪ ଘଣ୍ଟା ରହିବ ନଜର

ହାରାଷ୍ଟ୍ର ତଡ଼ବା ଜଙ୍ଗଲରୁ ବାଘୁଣୀ ଯମୁନା ଆସିବାର ୧୭ ଦିନ ପରେ ଗତକାଲି ଆସିଛି ଦ୍ୱିତୀୟ ବାଘୁଣୀ ‘ଜିନତ୍’ । ଗତକାଲି ତା’ ନାଁ ଗଙ୍ଗା ବୋଲି କୁହାଯାଉଥିବା ବେଳେ ଆଜି କିନ୍ତୁ ଉକ୍ତ ବାଘୁଣୀର ନାଁ ‘ ଜିନତ୍’ ବୋଲି କହିଛନ୍ତି ପିସିସିଏଫ । ମହାରାଷ୍ଟ୍ରରେ ଉକ୍ତ ବାଘୁଣୀର ନାମ ଜିନତ୍ ରଖାଯାଇଥିବା ବେଳେ ଶିମିଳିପାଳରେ ବି ସେ ସେହି ନାମରେ ପରିଚିତ ହେବ ବୋଲି ସ୍ପଷ୍ଟ କରିଛନ୍ତି ପିସିସିଏଫ ।

 

‘ଜିନତ’କୁ ଆଜି ସକାଳ ୯ଟାରେ ଶିମିଳିପାଳ କୋର ଏରିଆରେ ଥିବା ଏକ ସ୍ୱତନ୍ତ୍ର ଏନକ୍ଲୋଜରରେ ଛଡ଼ା ଯାଇଛି । ଏଥିସହ ଏକ ବିଶେଷଜ୍ଞ ଦଳ ତା’ ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି।

ଗତ ୧୩ ତାରିଖରେ ମହାରାଷ୍ଟ୍ରରର ତଡବା ଜଙ୍ଗଲରେ ତାକୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ରାଇପୁର, ସମ୍ବଲପୁର ଏବଂ ଯଶିପୁର ବାଟ ଦେଇ ଶିମିଳିପାଳକୁ ଅଣା ଯାଇଥିଲା। ଶିମିଳିପାଳର ଏକ ସ୍ୱତନ୍ତ୍ର ଟିମ୍ ମହାରାଷ୍ଟ୍ର ଯାଇ ଆଇନଗତଃ ପ୍ରକ୍ରିୟା ଶେଷ କରିବା ପରେ ଏହି ବାଘୁଣୀକୁ ଅଣାଯାଇଛି।

ଶିମିଳିପାଳରେ ଗତକାଲି ସନ୍ଧ୍ୟା ୭ଟା ବେଳକୁ ପହଞ୍ଚିଥିଲା ବାଘୁଣୀ ‘ଜିନତ’ । ଆଜି ତାକୁ ଏନକ୍ଲୋଜରରେ ଛଡ଼ା ଯାଇଛି। ଏନକ୍ଲୋଜରରେ ଛାଡିବା ପରେ ତା’ ଉପରେ ଏକ ସ୍ଵତନ୍ତ୍ର ଟିମ୍ ୨୪ ଘଣ୍ଟା ନଜର ରଖିଛନ୍ତି। ସେମାନେ ବାଘର ସ୍ୱଭାବ,ଆଚରଣ ତଥା ସ୍ୱାସ୍ଥ୍ୟାବସ୍ଥାକୁ ଅନୁଧ୍ୟାନ କରିବେ। ଜିନତର ସ୍ଵାସ୍ଥ୍ୟାବସ୍ଥା ଏବଂ ସ୍ୱଭାବ ଠିକ୍ ରହିଲେ ହିଁ ତାକୁ କିଛି ଦିନର ବ୍ୟବଧାନ ପରେ ଶିମିଳିପାଳର କୋର ଏରିଆରେ ଛାଡି ଦିଆଯିବ। ଯେଉଁଠାରେ ସେ ଅବାଧରେ ବିଚଚରଣ କରି ପାରିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଗତ ୨୮ ତାରିଖରେ ଏକ ମାଇ ମହାବଳ ବାଘ ଯମୁନାକୁ ଶିମିଳିପାଳକୁ ଅଣାଯାଇଥିଲା। ୧୭ ଦିନ ବ୍ୟବଧାନ ପରେ ଏବେ ପୁଣି ଦ୍ଵିତୀୟ ବାଘୁଣୀକୁ ଅଣାଯାଇଛି । ‘ଯମୁନା’କୁ କୋର ଇଲାକାରେ ଛଡ଼ା ଯାଇଥିବା ବେଳେ ସେ ସୁସ୍ଥ ଅଛି ଏବଂ ଶିମିଳିପାଳର ବିଭିନ୍ନ ଇଲାକାରେ ବିଚରଣ କରୁଥିବା କୁହାଯାଇଛି। ଏହି ଦୁଇ ବାଘୁଣୀ ଆସିବା ପରେ ଶିମିଳିପାଳକୁ ବାଘୁଣୀ ଆସିବା ପ୍ରକ୍ରିୟା ଶେଷ ହୋଇଛି।

ଶିମିଳିପାଳ ଅଭୟାରଣ୍ୟ ବାଘ ବଂଶ ବୃଦ୍ଧି ପାଇଁ ଦେଶର ଉତ୍ତମ ସ୍ଥାନ ବୋଲି ଏନ୍ଟିସିଏ ସ୍ପଷ୍ଟ କରିଥିଲା । ଏହି ପରିପ୍ରେକ୍ଷୀରେ ଶିମିଳିପାଳକୁ ଦୁଇଟି ମହାବଳ ବାଘୁଣୀଙ୍କୁ ଅଣା ଯାଇଥିବା ଜଣାପଡିଛି।

ଶିମିଳିପାଳ ଅଭୟାରଣ୍ୟରେ ୨୮ଟି ବାଘ ଥିବା ବେଳେ ସେଥି ମଧ୍ୟରୁ ୧୫ଟି ହେଉଛନ୍ତି ବାଘ କଳା। ଏ ସବୁ ବାଘଙ୍କ ରଙ୍ଗ କଳା ହେବାର କାରଣ ଜିନଗତ ସମସ୍ୟା ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି।

ଗୋଟିଏ ଗୋଷ୍ଠି ମଧ୍ୟରେ ପ୍ରଜନନ ପ୍ରକ୍ରିୟା ହେଉଥିବା ଯୋଗୁ ବାଘ ବଂଶରେ ଜେନେଟିକ ସମସ୍ୟା ସୃଷ୍ଟି ହେଉଥିବା କୁହାଯାଉଛି। ଏଥି ପାଇଁ ବାହାର ରାଜ୍ୟରୁ ବାଘୁଣୀ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛଡାଯାଇଛି। ଫଳରେ ଏଠାରେ ଥିବା କଳା ବାଘଙ୍କୁ ନୂଆ ସାଥି ମିଳିବେ ଭବିଷ୍ୟତରେ ଶିମିଳିପାଳରେ ଆଉ ବାଘ ବଂଶରେ ଜେନେଟିକ ସମସ୍ୟା ଦେଖାଯିବନି ବୋଲି ଆଶା ରହିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button