IBN ଓଡ଼ିଶା ବ୍ୟୁରୋ

କାହିଁକି ମନ୍ଦିରକୁ ଗଲେ ଘଣ୍ଟି ବଜାଯାଏ ; ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ

ସାଧାରଣତଃ ଲୋକମାନେ ମନ୍ଦିରକୁ ଯିବା ପୂର୍ବରୁ ସେଠାରେ ଥିବା ଘଣ୍ଟିକୁ ନିଶ୍ଚୟ ବଜାଇଥାନ୍ତି। ତାପରେ ଯାଇ ଭଗବାନଙ୍କୁ ଦର୍ଶନ କରିଥାନ୍ତି। ହିନ୍ଦୁ ଧର୍ମରେ ମନ୍ଦିର ବାହାରେ ଘଣ୍ଟି ଲାଗିବାର ପରମ୍ପରା ବହୁତ ପୁରାତନ ଅଟେ। କିନ୍ତୁ ମନ୍ଦିର ଗଲେ କାହିଁକି ଘଣ୍ଟି ବଜାଯାଏ ଏହାର କାରଣ ସମସ୍ତେ ପ୍ରାୟ ଜାଣିନଥିବେ।

ସକାଳ- ସଞ୍ଜ ମନ୍ଦିରରେ ପୂଜା-ଆଳତୀ କରାଯାଇଥାଏ।

ତେବେ ଏକ ବିଶେଷ ଲୟ ଏବଂ ତାଳରେ ଛୋଟ-ବଡ ଘଣ୍ଟିକୁ ବଜା ଯାଇଥାଏ। କୁହାଯାଏ ଯେ ଘଣ୍ଟି ବଜାଇଲେ ମନ୍ଦିରରେ ସ୍ଥାପିତ ଦେବୀ-ଦେବତାଙ୍କ ମୂର୍ତ୍ତିରେ ଚେତନା ଜାଗ୍ରତ ହୋଇଉଠେ। ଯାହା ପରେ ଆପଣଙ୍କ ପୂଜା ଏବଂ ଆରାଧନା ଅଧିକ ଫଳଦାୟକ ଓ ପ୍ରଭାବଶାଳୀ ହୋଇଥାଏ।

ପୁରାଣ ଅନୁଯାୟୀ, ମନ୍ଦିରରେ ଘଣ୍ଟି ବଜାଇବା ଦ୍ୱାରା ମଣିଷର ଅନେକ ଜନ୍ମର ପାପ ନଷ୍ଟ ହୋଇଯାଇଥାଏ। ମନ୍ଦିର ବାହାରେ ଲାଗିଥିବା ଘଣ୍ଟିକୁ କାଳର ପ୍ରତୀକ ବୋଲି ମଧ୍ୟ କୁହାଯାଏ। ଏମିତି କୁହାଯାଏ ଯେ ଯେତେବେଳେ ପୃଥିବୀରେ ପ୍ରଳୟ ଆସିବ, ସେହି ସମୟରେ ମଧ୍ୟ ଘଣ୍ଟି ବଜାଇବାର ନାଦ ଶୁଭିବ।

କୁହାଯାଏ ଯେଉଁ ସ୍ଥାନରୁ ଘଣ୍ଟି ବଜାଇବାର ଶବ୍ଦ ନିୟମିତ ଆସିଥାଏ। ସେଠାକାର ପରିବେଶ ସବୁବେଳେ ଶୁଦ୍ଧ ଏବଂ ପବିତ୍ର ରହିଥାଏ। ଏହା ମଧ୍ୟ କୁହାଯାଏ ଯେ ଘଣ୍ଟି ବଜାଇବା ଦ୍ୱାରା ନକାରାତ୍ମକ ଶକ୍ତି ଶେଷ ହୋଇଯାଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button