ଘରେ ମୃତ ବ୍ୟକ୍ତି ଙ୍କ ଫଟୋ ଲଗାଇବା ଶୁଭ ନା ଅଶୁଭ, ଥରେ ନିଶ୍ଚୟ ଦେଖି ନିଅନ୍ତୁ

ନମସ୍କାର ବନ୍ଧୁଗଣ, ଆମ ଗହଣରୁ ତଥା ଆମ ନିଜ ଲୋକ ଆମକୁ ଛାଡି ସବୁଦିନ ପାଇଁ ସଂସାର ତ୍ୟାଗକରି ଚାଲିଯିବା ପରେ ଆମେ ତାଙ୍କର କିଛି ସ୍ମୃତି ଆମ ପାଖରେ ରଖିଥାଉ । ଯେମିତିକି କିଛି ଲୋକ ମୃତ ବ୍ୟକ୍ତିଙ୍କ ଫଟୋକୁ ନିଜ ଘରେ ଲଗାଇଥାନ୍ତି । ତେବେ ଆପଣଙ୍କ ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଲଗାଇବା ଶୁଭ ନା ଅଶୁଭ ଏହା ଆପଣଙ୍କୁ ଜାଣିବା ନିହାତି ଭାବରେ ଆବଶ୍ୟକ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଏହା ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ମୃତ ବ୍ୟକ୍ତିଙ୍କ ଫଟୋକୁ ବହୁତ ଲୋକ ନିଜ ଘରର ମନ୍ଦିରରେ ରଖିଥାନ୍ତି କିମ୍ବା ଠାକୁରଙ୍କ ପାଖରେ ରଖି ଦେଇଥାନ୍ତି । କିନ୍ତୁ ଆପଣଙ୍କୁ ଏହା ଜାଣିବା ଉଚିତ କି ଏହା ବହୁତ ଅଶୁଭ ଅଟେ । ଏହାଦ୍ୱାରା ଆପଣଙ୍କୁ ଲାଭ ବଦଳରେ କ୍ଷତି ସହିବାକୁ ପଡିଥାଏ । ମରିଥିବା ଲୋକଙ୍କ ଫଟୋକୁ ଘରର ମଧ୍ୟ ଭାଗରେ ବିଲକୁଲ ମଧ୍ୟ ଲଗାଇବା ଉଚିତ ନୁହେଁ । ଏହାଦ୍ୱାରା ଆପଣଙ୍କ ମାନ ସମ୍ମାନ କମ ହେବାକୁ ଲାଗିଥାଏ ।
ଏହା ଛଡା ଆପଣଙ୍କୁ ପଶ୍ଚିମ କିମ୍ବା ଦକ୍ଷିଣ ଦିଗ କାନ୍ଥରେ ମଧ୍ୟ ମୃତ ବ୍ୟକ୍ତିଙ୍କ ଫଟୋ ଲଗାଇବା ଅନୁଚିତ । ଆପଣ ଏହା କରିବା ଦ୍ଵାରା ଆପଣଙ୍କୁ ଧନ ସହ ଜଡିତ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ମୃତ ଲୋକଙ୍କ ଫଟୋ ଗୋଟିଏ ସ୍ଥାନରୁ ଅଧିକ ସ୍ଥାନରେ ଲଗାଇବା ଅନୁଚିତ ।
ଯଦି ଆପଣ ଅଧିକ ସ୍ଥାନରେ ମୃତ ବ୍ୟକ୍ତିଏନକେ ଫଟୋ ଲଗାଇବେ ତେବେ ଆପଣଙ୍କ ଘରେ ସବୁବେଳେ କଳି ଝଗଡା ସୃଷ୍ଟି ହୋଇପାରେ । ମରିଥିବା ଲୋକଙ୍କ ଫଟୋକୁ ଜୀବିତ ଥିବା ଲୋକଙ୍କ ଫଟୋ ସହ କେବେ ମଧ୍ୟ ଲଗାଇବା ଉଚିତ ନୁହେଁ । ଏହାଦ୍ୱାରା ଆପଣଙ୍କ ସ୍ଵାଭାବରେ ନକରାତ୍ମକ ଦେଖା ଦେଇଥାଏ । ଏହା ବ୍ୟତୀତ ଆପଣଙ୍କୁ ଶୋଇବା ଘରେ କିମ୍ବା ରୋଷେଇ ମଧ୍ୟ ଫଟୋ ଲଗାଇବା ଉଚିତ ନୁହେଁ ।
ଏହା ଦ୍ଵାରା ପୂର୍ବପୁରୁଷଙ୍କ ଅପମାନ ହୋଇଥାଏ । ଏବଂ ଘରେ ସବୁବେଳେ ଅଶାନ୍ତିର ମାହୋଲ ରହିଥାଏ । ପୂର୍ବଜଙ୍କ ଫଟୋକୁ ଆପଣ ନିଜ ଘରର ଉତ୍ତର ଦିଗ କାନ୍ଥରେ ଲଗାଇପାରିବେ । ଯେମିତିକୁ ଫଟୋର ମୁଖ ଦକ୍ଷିଣ ଦିଗକୁ ରହିବ । ଏହାକୁ ମୃତ ପରିଜନଙ୍କ ଫଟୋ ଲଗାଇବାର ସବୁଠାରୁ ଭଲ ସ୍ଥାନ ମନାଯାଏ । ପୂର୍ବଜଙ୍କ ଫଟୋକୁ ଘରର କେବଳ ଗୋଟିଏ ସ୍ଥାନରେ ଲଗାଇବା ଉଚିତ ।
ଆପଣଙ୍କୁ ମୃତ ବ୍ୟକ୍ତିଙ୍କ ଫଟୋ ସେହି ସ୍ଥାନରେ ଲଗାଇବା ଉଚିତ ଯେଉଁଠାରେ କୌଣସି ଅତିଥିଙ୍କ ନଜର ପଡିବ ନାହିଁ । ଏବଂ ଆପଣଙ୍କ ନଜର ବି ଜେଭଳି ସେହି ଫଟୋ ଉପରେ ପ୍ରତିଦିନ ନ ପଡୁଥିବ ସେହିଭଳି ସ୍ଥାନରେ ଫଟୋ ଆପଣ ଲଗାଇବା ଆବଶ୍ୟକ । ଏହା ଆପଣଙ୍କ ପାଇଁ ଶୁଭ ରହିବ