ରାଜ୍ୟ

ଫେବ୍ରୁଆରି ୨୧ରୁ ମାଟ୍ରିକ୍ ପରୀକ୍ଷା

ଟକ: ୨୦୨୫ ଫେବ୍ରୁଆରି ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ (ମାଟ୍ରିକ୍) ପରୀକ୍ଷା। ଏହି ସମୟରେ ମଧ୍ୟମା ସଂସ୍କୃତ ଓ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଫେବ୍ରୁଆରି ୨୧ ତାରିଖରେ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ୨୪ ତାରିଖରେ ଇଂରାଜୀ, ୨୭ ତାରିଖରେ ଗଣିତ, ମାର୍ଚ୍ଚ ୧ରେ ବିଜ୍ଞାନ, ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ଓ ୬ରେ ହିନ୍ଦୀ/ସଂସ୍କୃତ ପରୀକ୍ଷା ଅନୁଷ୍ଠିତ ହେବ।

ଏହି ସମୟ ଭିତରେ ୨୨ ତାରିଖରେ ପେଣ୍ଟିଂ ପ୍ରାକ୍ଟିକାଲ, ୨୫ ତାରିଖରେ ପେଣ୍ଟିଂ ଥିଓରି, ୨୮ ତାରିଖରେ ଇଣ୍ଡିଆନ କଲଚର ଓ ହେରିଟେଜ୍, ମାର୍ଚ୍ଚ ୨ରେ ଗୃହବିଜ୍ଞାନ ପ୍ରାକ୍ଟିକାଲ ଓ ମାର୍ଚ୍ଚ ୪ରେ ଗୃହବିଜ୍ଞାନ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ।

ସେହିଭଳି ସଂସ୍କୃତ ମଧ୍ୟମା ପରୀକ୍ଷାର ମାତୃଭାଷା ୨୧ ତାରିଖରେ, ଇଂରାଜୀ ୨୪ ତାରିଖରେ, ସଂସ୍କୃତ ବ୍ୟାକରଣ ଓ ଦର୍ଶନ ପରୀକ୍ଷା ୨୫ ତାରିଖରେ, ଗଣିତ ୨୭ ତାରିଖରେ, ପ୍ରୟୋଗାତ୍ମକ ସଂସ୍କୃତ ୨୮ ତାରିଖରେ, ବିଜ୍ଞାନ ମାର୍ଚ୍ଚ ୧ରେ, ସାମାଜିକ ବିଜ୍ଞାନ ମାର୍ଚ୍ଚ ୩ରେ, ସଂସ୍କୃତ ସାହିତ୍ୟ ପରୀକ୍ଷା ମାର୍ଚ୍ଚ ୬ରେ ଅନୁଷ୍ଠିତ ହେବ। ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ୍ର ମାତୃଭାଷା ପରୀକ୍ଷା ୨୧ ତାରିଖରେ ପେଣ୍ଟିଂ ପ୍ରାକ୍ଟିକାଲ ୨୨ ତାରିଖରେ, ଇଂରାଜୀ ୨୪ ତାରିଖରେ, ପେଣ୍ଟିଂ ଥିଓରି ୨୫ ତାରିଖରେ, ଗଣିତ ୨୭ ତାରିଖରେ, ଇଣ୍ଡିଆନ୍ କଲଚର ଆଣ୍ଡ ହେରିଟେଜ୍ ୨୮ ତାରିଖରେ, ବିଜ୍ଞାନ ମାର୍ଚ୍ଚ ୧ରେ, ଗୃହ ବିଜ୍ଞାନ ପ୍ରାକ୍ଟିକାଲ ମାର୍ଚ୍ଚ ୨ରେ, ସାମାଜିକ ବିଜ୍ଞାନ ମାର୍ଚ୍ଚ ୩ରେ, ଗୃହ ବିଜ୍ଞାନ ଥିଓରି ମାର୍ଚ୍ଚ ୪ରେ ଓ ହିନ୍ଦୀ/ସଂସ୍କୃତ ପରୀକ୍ଷା ମାର୍ଚ୍ଚ ୬ରେ ଅନୁଷ୍ଠିତ ହେବ। ମାଟ୍ରିକ୍ର ସବୁ ବିଷୟର ପରୀକ୍ଷା ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ଯାଏ ଅନୁଷ୍ଠିତ ହେବାକୁ ଥିବା ବେଳେ ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ଦିଆଯିବ। ଅର୍ଥାତ ଗଣିତ ପରୀକ୍ଷା ସକାଳ ୯ଟାରୁ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button