ରାଜ୍ୟ

ନିୟନ୍ତ୍ରଣ ବାହାରେ ଡେଙ୍ଗୁ; ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩ ହଜାର ଟପିଲା – Ibnodisha

[ad_1]

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ ଡେଙ୍ଗୁ ଚିନ୍ତା ବଢ଼ାଇବାରେ ଲାଗିଛି । ଏପରିକି ବର୍ତ୍ତମାନ ସ୍ଥିତିରେ ଡେଙ୍ଗୁ ନିୟନ୍ତ୍ରଣ ବାହାରେ ରହିଛି । ତେବେ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩ ହଜାର ପାର୍ ହୋଇଯାଇଛି । ଗତ୨୭ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୪୬,୪୯୧ ଜଣଙ୍କର ଡେଙ୍ଗୁ ପରୀକ୍ଷା କରାଯାଇଥିଲା । ସେଥିରୁ ୩୦୯୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଏହି ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୧୪୦୯ ଜଣ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ ୩୨୪, କଟକରୁ ୨୭୮, ବାଲେଶ୍ୱରରୁ ୨୭୭, ଜଗତସିଂହପୁରରୁ ୧୭୩ ଓ ନୟାଗଡ଼ରୁ ୧୧୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ହଟସ୍ପଟ ପାଲଟିଛି ଭୁବନେଶ୍ୱର ।

ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭୁବନେଶ୍ୱରର ବାସିନ୍ଦା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଡେଙ୍ଗୁରେ ଅତିବେଶୀରେ ମାତ୍ର ୫% ଲୋକ ଗୁରୁତର ହେଉଛନ୍ତି । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଉପରୁ ବୋଝ କମାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ରୋଗୀଙ୍କ ପାଇଁ ୧୦ଟି ଲେଖାଏଁ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଥିଲା । ସେହିପରି କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଗହଳି ହେଉଥିବାରୁ ସେଠାରେ ଡେଙ୍ଗୁ ଟେଷ୍ଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ବା କେନ୍ଦ୍ର କରାଯାଇଛି । ଅଧିକ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି । ଲୋକମାନେ ଗୋଟିଏ ଜାଗାରେ ଗହଳି ନ କରି ଏହି ହସ୍ପିଟାଲ୍‌କୁ ଯିବାକୁ ଅନୁରୋଧ କରିଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । ଜ୍ୱର ହେଲା ମାତ୍ରେ ରକ୍ତ ପରୀକ୍ଷା କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button