ଦେଶ

ଭାରତରେ ଜି-୨୦ ସମ୍ମିଳନୀ; ଯୋଗଦେବେନି ପୁଟିନ୍‌, ଆସିବେ ଶେଖ୍ ହସିନା – Ibnodisha

[ad_1]

ନୂଆଦିଲ୍ଲୀ : ସେପ୍ଟେମ୍ବର ୯ରୁ ଭାରତରେ ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଭାରତକୁ ଏଥର ଜି-୨୦ ଅଧ୍ୟକ୍ଷ ପଦ ମିଳିଥିବାବେଳେ ବୈଠକର ଗୁରୁତ୍ୱ ବେଶ ବୃଦ୍ଧି ପାଇଛି । ତେବେ ଏହି ସମ୍ମିଳନୀରେ ଯୋଗଦେଇପାରିବେନି ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍ ସୋମବାର ଫୋନ୍ ଯୋଗେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣାଇଥିବା ପ୍ରକାଶ । ପୁଟିନ୍‌ଙ୍କ ବଦଳରେ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍ ଏହି ସମ୍ମିଳନୀରେ ରୁଷ୍‌କୁ ପ୍ରତିନିଧିତ୍ୱ କରିବେ ବୋଲି ପୁଟିନ୍ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ପୁଟିନ୍ ନିକଟରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ବ୍ରିକ୍‌ସ ସମ୍ମିଳନୀରେ ମଧ୍ୟ ଯୋଗଦେଇନଥିଲେ । ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଘୋଷଣା କରିଥିବାରୁ ପୁଟିନ୍‌ଙ୍କ ବିରୋଧରେ ଆଇସିସି (ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ) ପକ୍ଷରୁ ୱାରେଣ୍ଟ ଜାରି କରାଯାଇଛି । ତେଣୁ ଗିରଫଦାରି ଭୟରେ ପୁଟିନ୍ ବିଦେଶ ଗସ୍ତ କରୁନଥିବା କୁହାଯାଇଛି ।

ଅପରପକ୍ଷରେ ଜି-୨୦ ସମ୍ମିଳନୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଯୋଗଦେବେ ବୋଲି ନୂଆଦିଲ୍ଲୀରେ ଅବସ୍ଥାପିତ ବାଂଲାଦେଶ ହାଇକମିଶନର ଆନ୍ଦାଲିବ୍ ଇଲିଆସ୍ ସୂଚନା ଦେଇଛନ୍ତି । ଭାରତ ଗସ୍ତକାଳରେ ହସିନା ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଇଲିଆସ୍ କହିଛନ୍ତି । ନୂଆଦିଲ୍ଲୀସ୍ଥ ପ୍ରଗତି ମଇଦାନରେ ନବନିର୍ମିତ ଭାରତ ମଣ୍ଡପମ୍ କନ୍‌ଭେନ୍‌ସନ ସେଣ୍ଟରରେ ୁଆୟୋଜିତ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ଓ କାନଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁଙ୍କ ସମେତ ବ୍ରାଜିଲ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା, ମେକ୍ସିକୋ, ତୁର୍କୀ, ଜର୍ମାନୀ, ଇଟାଲୀ, ଇଣ୍ଡୋନେସିଆ, ଜାପାନ, ଦକ୍ଷିଣ କୋରିଆ, ସାଉଦି ଆରବ ରାଷ୍ଟ୍ରମୁଖ୍ୟ ଯୋଗଦେବେ । ସଂଗଠନର ୨୦ ସଦସ୍ୟଙ୍କ ବ୍ୟତୀତ ଆୟୋଜକ ରାଷ୍ଟ୍ର ନିଜ ଇଚ୍ଛାରେ ପଡୋଶୀ କିମ୍ବା ଉକ୍ତ ଅଞ୍ଚଳର ଜଣେ ଦୁଇଜଣ ରାଷ୍ଟ୍ରମୁଖ୍ୟଙ୍କୁ ସ୍ୱତନ୍ତ୍ର ଅତିଥିଭାବେ ଆମନ୍ତ୍ରଣ କରିପାରିବେ । ସେହିଦୃଷ୍ଟିରୁ ଭାରତ ପକ୍ଷରୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button