ଜାଣନ୍ତୁ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କିପରି ଶୋଇବା ହୋଇଥାଏ ଲାଭଦାୟକ

ସୁସ୍ଥ ଶରୀର ପାଇଁ ଡାକ୍ତରମାନେ ୭ ରୁ ୮ ଘଣ୍ଟା ଶୋଇବା ପାଇଁ ସୁପାରିଶ୍ କରିଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଭଲ ନିଦ ପାଇଁ ମଧ୍ୟ ଭଲ ପୋଜିସନ୍ ରେ ଆବଶ୍ୟକ। କାରଣ ଶୋଇବା ପୋଜିସନ୍ ମଧ୍ୟ ଶରୀରରେ ଅନେକ ପ୍ରକାର ପ୍ରଭାବ ପକାଇଥାଏ। ତେବେ ଜାଣନ୍ତୁ ଶୋଇବାର ସଠିକ୍ ପୋଜିସନ୍, ଯାହା ସ୍ବାସ୍ଥ୍ୟ ପାଇଁ ଅତି ଲାଭକାରୀ ହୋଇଥାଏ।
-ଅନେକ ଥର ଲୋକମାନେ ତକିଆକୁ ମୁଣ୍ଡ ତଳେ ରଖି ଗୋହକୁ ଛନ୍ଧି ଶୋଇଥାନ୍ତି। ଆପରଙ୍କର ଏହି ଅଭ୍ୟାସ ପାଇଁ ମଧ୍ୟ ଘର ଲୋକମାନେ ପାଟି କରିଥାନ୍ତି। କିନ୍ତୁ ଆପର ଜାଣିଛନ୍ତି କି ଆଣ୍ଠୁ ପାଖରେ ତକିଆ ରଖି ଶୋଇବା ଦ୍ବାରା ଖୁବ୍ ଆରାମ ମିଳିଥାଏ।
-ଅଧିକାଂଶ ଲୋକମାନେ ଦୁଇଟି ତକିଆ ରଖି ଶୋଇବାର ଅଭ୍ୟାସ ରଖିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ସାଇନସ୍ ସମସ୍ୟା ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଲାଭଦାୟକ ହୋଇଥାଏ। ଯଦି ଆପଣଙ୍କର ଏହି ସମସ୍ୟା ରହିଛି ତେବେ ଆପଣ ମଧ୍ୟ ମୁଣ୍ଡ ତଳେ ଦୁଇଟି ତକିଆ ରଖି ଶୁଅନ୍ତୁ।
-ମାସିକ ଋତୁସ୍ରାବ ସମୟରେ ଅନେକ ମହିଳାଙ୍କର ପିଠିରେ ଯନ୍ତ୍ରଣା ହୋଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଆଣ୍ଠୁ ତଳେ ତକିଆ ରଖି ଶୁଅନ୍ତୁ। ଏହା ଦ୍ବାରା ଆପଣଙ୍କୁ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
-ସେହିଭଳି ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଥାଏ ତେବେ ଆପଣ ସଠିକ ଉପାୟରେ ଶୋଇବା ଦ୍ବାରା ଏହି ସମସ୍ୟାକୁ ଠିକ୍ କରିପାରିବେ।




