IBN ଓଡ଼ିଶା ବ୍ୟୁରୋ

ତ୍ବଚାର ଅନାବଶ୍ୟକ କେଶରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଅଣ୍ଡା-ଚିନିର ଫେସପ୍ୟାକ୍

ଝିଅମାନେ ନିଜର ସୁନ୍ଦରତାକୁ ବଜାୟ ରଖିବା ପାଇଁ ଅନେକ ଉପାୟ ଆପଣାନ୍ତି। ସୁନ୍ଦରତା ପାଇଁ ମହିଳାମାନେ ପାର୍ଲରକୁ ଯାଇ ଅନେକ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ମୁହଁରେ ଥିବା ଚୁଟିକୁ ସଫା କରିବା ପାଇଁ ୱାକ୍ସିଂ କରିବା, ଆଇବ୍ରୋ କରିବା ଠାରୁ ଆରମ୍ଭ କରି ଯୁବତୀମାନେ ଅନେକ କଷ୍ଟ ସହୁଛନ୍ତି।
ମୁହଁର ତ୍ବଚା ବହୁତ ସମ୍ବେଦନଶୀଳ। ଏପରିସ୍ଥଳେ ୱାକ୍ସିଂ ବା ବ୍ଲିଚ କରିବା ଦ୍ବାରା ତ୍ବଚାକୁ ହାନି ପହଞ୍ଚିଥାଏ। ଅଣ୍ଡା ଏବଂ ଚିନିର ଘରୋଇ ଉପାୟରେ ବ୍ୟବହାର ତ୍ବଚାରେ ଥିବା ଅନାବଶ୍ୟକ କେଶରୁ ମୁକ୍ତି ଦେବ।

Egg-White-Maskk

କିପରି ପ୍ରସ୍ତୁତ କରିବେ ଫେସପ୍ୟାକ
ଅଣ୍ଡା ଏବଂ ଚିନିର ଫେସପ୍ୟାକ ପ୍ରସ୍ତୁତ କରିବା ପାଇଁ ଅଣ୍ଡାର ଧଳା ଅଂଶରେ ଦୁଇ ଚାମଚ ଚିନିମିଶାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ହାଲକା ଶୁଖିଗଲା ପରେ ଧୀରେ ଧୀରେ ମସାଜ କରନ୍ତୁ ଏବଂ ପରେ ଧୋଇଦିଅନ୍ତୁ। ଏପରି ଉପାୟକୁ ସପ୍ତାହକୁ ଦୁଇଥର କରନ୍ତୁ।
ଯେଉଁମାନେ ଅଣ୍ଡା ବ୍ୟବହାର କରିବାକୁ ଚାହୁଁନାହାନ୍ତି ସେମାନେ ଲେମ୍ବୁରସ ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ଦୁଇ ଚାମଚ ଲେମ୍ବୁ ରସରେ ୨ ଚାମଚ ଚିନି ଏବଂ ୧୦ ଚାମଚ ପାଣି ମିଶାଇ ଗୋଳାଇ ଦିଅନ୍ତୁ। ଏହି ପ୍ୟାକ୍କୁ ମୁହଁରେ ୧୫-୨୦ ମିନିଟ ଲଗାଇବା ପରେ ମସାଜ କରନ୍ତୁ। ପରେ ସାଧା ପାଣିରେ ଧୋଇଦିଅନ୍ତୁ। ଏହି ଉପାୟକୁ ସପ୍ତାହରେ ଦୁଇଥର କରନ୍ତୁ। ଏପରି କରିବା ଦ୍ବାରା ମଧ୍ୟ ଅନାବଶ୍ୟକ କେଶକୁ ସଫା କରିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button