ଦେଶ

ପ୍ରଥମ ଥର ଲାଗି ଭାରତୀୟମାନଙ୍କ ପାଇଁ ପୋଷକ ତତ୍ତ୍ବର ପରିମାଣ ହେବ ଧାର୍ଯ୍ୟ

ପ୍ରଥମ ଥର ପାଇଁ ଭାରତୀୟମାନଙ୍କ ପ୍ରତିଦିନ ଖାଦ୍ୟପେୟରେ ପୋଷକ ତତ୍ତ୍ବର ମାତ୍ରା ଏବଂ ପରିମାଣ ଧାର୍ଯ୍ୟ କରାଯାଇଛି। ଭାରତୀୟ ଚିକିତ୍ସା ପରିଷଦ( ଆଇସିଏମଆର)ର ଅନୁସନ୍ଧାନ ସଂସ୍ଥାର ରାଷ୍ଟ୍ରୀୟ ପୋଷକ ସଂସ୍ଥା ଭାରତୀୟମାନଙ୍କ ପାଇଁ ସଂଶୋଧନ ସୁପାରିଶ ସମ୍ବନ୍ଧୀୟ ଆହାର ରାଶନ(ଆରଡିଏ) ପ୍ରସ୍ତତୁ କରିଛି। ଏପର୍ଯ୍ୟନ୍ତ ସବୁ ପୋଷକ ତତ୍ତ୍ବର ଏକକ ମାନକ ହିଁ ରହିଛି।
ଆଇସିଏମଆର-ଏନଆଇଏନର ନିର୍ଦ୍ଦେଶକ ହେମଲତା ଆରଙ୍କ ମୁତାବକ, ଆମ ଶରୀରରେ ପୋଷକ ତତ୍ତ୍ବ ବୃଦ୍ଧି ପାଇଛି, ଏହାକୁ ଦେଖି ଏହି ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବ ମୁତାବକ, ଏଷ୍ଟିମେଟେଡ ଆଭରେଜ ରିକ୍ବାରମେଣ୍ଟ(ଇଏଆର)ର ବ୍ୟବହାର ବଢୁଥିବା ଲୋକସଂଖ୍ୟା ଦ୍ବାରା ପୋଷକ ତତ୍ତ୍ବର ମାତ୍ରା ମୂଲ୍ୟାଙ୍କନ କରାଯାଉଛି। ସେହିଭଳି କୌଣସି ବ୍ୟକ୍ତିଙ୍କ ପାଇଁ କେତେ ମାତ୍ରାରେ ସୁରକ୍ଷିତ ପୋଷକ ତତ୍ତ୍ବ ହେବା ଦରକାର ତାହା ଆରଡିଏ ପ୍ରସ୍ତୁତ ହୋଇଛି। ଏହା ପୂର୍ବରୁ ଇଏଆରର ମୂଲ୍ୟାଙ୍କନରେ ଆରଡିଏର ବ୍ୟବହାର ହେଉନଥିଲା।

 

ଭୋଜନରେ ପୋଷକ ତତ୍ତ୍ବର ସୂଚୀ ପ୍ରସ୍ତୁତ କରୁଛନ୍ତି ସରକାର
ସରକାର ଭୋଜନରେ କେତେ ମାତ୍ରାରେ ପୋଷକ ତତ୍ତ୍ବ ଦରକାର ତାହାର ସୂଚୀ ପ୍ରସ୍ତୁତ କରୁଛନ୍ତି। ଏହା ପୂର୍ବରୁ ୨୦୧୧ରେ ଆରଡିଏରେ ପରିବର୍ତ୍ତନ କରାଯାଇଥିଲା। ୨୦୧୯ର ଶେଷ ସୁଦ୍ଧା ଆରଡିଏର ପୁଣି ଥରେ ଏହାକୁ ପରିବର୍ତ୍ତନ କରିବ। ନୂଆ ଆରଡିଏରେ କ୍ଷୀର ଏବଂ କ୍ଷୀର ଜାତୀୟ ପଦାର୍ଥରେ ଥିବା ପ୍ରୋଟିନକୁ ଉଚ୍ଚ ଗୁଣବତ୍ତାଭିତ୍ତିକ ସ୍ରୋତ ବୋଲି କୁହାଯାଇଛି ଏବଂ ଏହି ଖାଦ୍ୟକୁ ଅନିବାର୍ଯ୍ୟ ରୂପେ ସାମିଲ କରିବା ପାଇଁ ମଧ୍ୟ କୁହାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button