IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସାରା ଜୀବନ ସୁସ୍ଥ ରହିବାକୁ ଚାହୁଁଛନ୍ତି କି, ତା’ହେଲେ ପ୍ରତିଦିନ ଖାଆନ୍ତୁ ‘ମାଛ’

ମାଗ୍ନେସିୟମ, କ୍ୟାଲସିୟମ, ସେଲେନିୟମ, ଜିଙ୍କ, ଆୟୋଡିନ ଏବଂ ଆଇରନରେ ଭରପୂର ମାଛ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ, ତାହା ଆପଣ ବୁଝିସାରିଥିବେ। ମାଛରେ ପ୍ରୋଟିନ ଏବଂ ଓମେଗା ୩ ଫଟି ଏସିଡ ମଧ୍ୟ ରହିଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ। ଯେଉଁଠି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମ ଖାଇବା ଥାଳିରୁ ମହତ୍ତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଗାଏବ ହୋଇଯାଉଛି, ସେଠି ଗୋଟିଏ ମାଛ ଖାଇଲେ, ଆପଣଙ୍କୁ ଅନେକ ଫାଇଦା ମିଳିପାରିବ।

ଖାଦ୍ୟରେ ଓମେଗା ୩ର ଭରପୂର ମାତ୍ରା ନେଲେ ହାର୍ଟ ସମ୍ବନ୍ଧୀୟ ରୋଗ ହୋଇ ନ ଥାଏ। ଯଦି ଆପଣ ଆପଣଙ୍କର ଡାଏଟରେ ମାଛ ସାମିଲ କରୁଛନ୍ତି, ତା’ହେଲେ ମଧୁମେହ ହେବା ଆଶଙ୍କା କମ୍ ରହିଥାଏ। ଷ୍ଟ୍ରୋକ ଏବଂ ହାର୍ଟ ଆଟାକ୍ ଭଳି ଜୀବନନାଶକ ରୋଗରୁ ମଧ୍ୟ ସୁରକ୍ଷା ମିଳିଥାଏ।

fish 3

ମାଛରେ ଡିଏଚଏ ଏବଂ ଇପିଏ ଓମେଗା ୩ ଫଟି ଏସିଡ୍ ରହିଛି, ଯାହା ଆପଣଙ୍କ ରକ୍ତ ଧମନୀରେ ଥିବା କୋଷିକାଗୁଡ଼ିକୁ ରକ୍ଷା କରିଥାଏ। ଏକ ଗବେଷଣାରୁ ଏହା ଜଣାପଡ଼ିଛି ଯେ ନିୟମିତ ଭାବେ ଖାଦ୍ୟରେ ମାଛ ସାମିଲ କଲେ, ହାର୍ଟ ଆଟାକ୍ ଭୟକୁ କମ୍ କରାଯାଇପାରେ। ମାଛରେ ଥିବା ପ୍ରୋଟିନ୍ ଶରୀରରେ ରାସାୟନିକ ପ୍ରକ୍ରିୟାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

fish 4

ଯଦି ଆପଣ ଡାଏଟରେ ପ୍ରୋଟିନର ଭରପୂର ମାତ୍ରା ଚାହୁଁଛନ୍ତି, ତା’ହେଲେ ଜାଣି ରଖନ୍ତୁ, ମାଛଠାରୁ ଆଉ ଭଲ ଖାଦ୍ୟ ନାହିଁ। ଏହା ଆପଣଙ୍କ ଶରୀରକୁ ଫିଟ୍ ତ ରଖିଥାଏ, ତା’ ସହିତ ମାଂସପେଶୀକୁ ଶକ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ମାଛ ଆମ ମସ୍ତିଷ୍କକୁ ସୁସ୍ଥ ରଖେ ଏବଂ ଏହାଦ୍ବାରା ମସ୍ତିଷ୍କ ଆକ୍ଟିଭ ରୁହେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button