IBN ଓଡ଼ିଶା ବ୍ୟୁରୋ

ଅଧିକ ସମୟ ଆପଣ ଫୋନ୍ ବ୍ୟବହାର କରୁଛନ୍ତି କି? ତ୍ୱଚା ଉପରେ ପଡ଼ିପାରେ ଏହାର ଖରାପ ପ୍ରଭାବ

ସମୟର ପରିବର୍ତ୍ତନରେ ବର୍ତ୍ତମାନ ଲୋକମାନେ ବେଶୀ ସ୍ମାର୍ଟ ଫୋନ୍ ବ୍ୟବହାର କରିବା ପାଇଁ ପସନ୍ଦ କରୁଛନ୍ତି। ସ୍ମାର୍ଟ ଫୋନ୍ ଜୀବନରେ ଅନେକ ସାହାଯ୍ୟ କରିଥାଏ। କିନ୍ତୁ ଏହାର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିଥାଏ। ଅଧିକାଂଶ ଲୋକମାନେ ଦିନ ହେଉ କିମ୍ବା ରାତି ସବୁ ସମୟରେ ଫୋନ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହା ପ୍ରଭାବ ତ୍ବଚା ଉପରେ ପଡ଼ିଥାଏ। ଦିନରେ ୨୪ ଘଣ୍ଟା ଫୋନ୍ ବ୍ୟବହାର କରିବା ଦ୍ବାରା ଆଖି ତଳେ କଳା ଦାଗ ହେବା ସହ ତ୍ବଚାରେ ବ୍ରଣ ହେବା ଭଳି ଅନେକ ସମସ୍ଯା ଦେଖାଯାଇଥାଏ। ଯେଉଁ ବ୍ୟକ୍ତିମାନେ ଅଧିକାଂଶ ସମୟ ଫୋନ ବ୍ୟବହାର କରିଥାନ୍ତି ମାତ୍ର ୨୦ ବର୍ଷ ମୟସରେ ହିଁ ସେମାନଙ୍କ ତ୍ବଚାରେ ଏହି ପ୍ରଭାବ ପଡ଼ିଯାଇଥାଏ।

phone useଜାଣନ୍ତୁ କିପରି ଦୂର କରିବେ ଏହି ସମସ୍ୟା:

-ଫୋନ୍ ର ବ୍ୟବହାର କମ କରିବା ସହ ତ୍ବଚାରେ ଘିକୁଆଁରୀ ଜେଲ୍ ଲଗାନ୍ତୁ। ଏହି ଜେଲ୍ ଲଗାଇ ୧୫ ମିନିଟ୍ ରଖିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।

-ଆପଣଙ୍କ ଆଖ-ପାଖରେ ବ୍ୟାକ୍ଟେରିଆ ରହିଥାଏ। ସେହିପରି ଫୋନ୍ ବ୍ୟାକ୍ଟେରିଆ ପାଇଁ ଚୁମ୍ବକ ଭଳି କାମ କରିଥାଏ। ଯଦି ଆପଣ ଫୋନ୍ ଉଠାଇ ତ୍ବଚା ଉପରେ ରଖିଥାନ୍ତି, ତେବେ ସେହି ସମୟରେ ବ୍ୟାକ୍ଟେରିଆ ତ୍ବଚାରେ ସ୍ଥାନାନ୍ତରିତ ହୋଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ହେଡ୍ ଫୋନ୍ ବ୍ୟବହାର କରନ୍ତୁ। ଏବଂ ନିଜ ଫୋନ୍ କୁ ମାଇକ୍ରୋଫାଇବର କପଡାରେ ସଫା କରନ୍ତୁ। ଏହା ବ୍ୟତୀତ ବେଞ୍ଜଲ ପେରୋକ୍ସାଇଡ ଏସିଡରେ ନିଜର ତ୍ବଚା ସଫା କରନ୍ତୁ।

-ଏହା ବ୍ୟତୀତ ବିଶେଷ ରୂପେ ଧ୍ୟାନ ଦିଅନ୍ତୁ ରାତିରେ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଫୋନ୍ ବ୍ୟବହାର କରନ୍ତୁ ନାହିଁ। କାରଣ ଏପରି କରିବା ଆପଣଙ୍କ ତ୍ବଚା ସୁନ୍ଦର ରହିବା ସହ ବହୁତ ଜଲଦି ଆପଣ ବୟସ୍କ ହେବା ଭଳି ଦେଖାଯିବେ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button