IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଜାଣନ୍ତୁ ରାତିରେ ଶୋଇବା ପୂର୍ବରୁ ଫଳ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ନା ଖରାପ ?

ଆମେ ସବୁ ଖାଇବା ପରେ ଖାସ କରି ରାତିରେ ମିଠା ଖାଇବାକୁ ପସନ୍ଦ କରିଥାନ୍ତି। କିଛି ଲୋକ ଆଇସକ୍ରୀମ ଖାଇଥାନ୍ତି ତ ଆଉ କେହି ଫଳ ଖାଇଥାନ୍ତି। ଅନ୍ୟପଟେ ଡାଇଟୀସିୟନ କହନ୍ତି ରାତିରେ ଖାସ କରି ଶୋଇବା ପୂର୍ବରୁ ଫଳ ଖାଇବା ଉଚିତ ନୁହେଁ କାରଣ ଆପଣଙ୍କ ଶରୀର ସେହି ସମୟରେ ଆରାମ କରିବା ସ୍ଥିତିରେ ଥାଏ।

ଯଦି ଆପଣ ସେହି ସମୟରେ କିଛି ଏମିତି ଜିନିଷ ଖାଇଥାନ୍ତି ଯାହା ସୁଗାରକୁ ବଢ଼ାଇଥାଏ ତେବେ ଆପଣଙ୍କ ଶରୀର ଶକ୍ତିରେ ଭରିଯାଇଥାଏ। ଏହି ସ୍ଥିତିରେ ଆପଣଙ୍କ ନିଦ ନ ଆସିବା ଏବଂ କାମ ନ କରିବା ଭଳି ଇଚ୍ଛା ହୁଏ।

fruitଏହା ଆପଣଙ୍କ ଶରୀର ପାଇଁ ଉତ୍ତମ ନୁହେଁ। ଖାସକରି କୁହାଯାଏ ଯେ ଯଦି ଆପଣଙ୍କ ରାତିର ଖାଦ୍ୟ ଏବଂ ମିଠା ମଧ୍ୟରେ କିଛି ବ୍ୟବଧାନ ରହିଥାଏ ଏବଂ ଏହାସହିତ ଶୋଇବାରେ ଡେରୀ ହୋଇଥାଏ ତେବେ ତାହା ଆପଣଙ୍କ ଶରୀର ପାଇଁ ଲାଭକାରୀ ହୋଇଥାଏ।

ଯଦି ଆପଣ ଫାଇବର ଯୁକ୍ତ ଫଳ ଖାଉଛନ୍ତି ତେବେ ଆପଣ ନିଜର ଓଜନର ଧ୍ୟାନ ରଖିପାରିବେ ଏବଂ ଏହାସହିତ ନିଜ ସ୍ବାସ୍ଥ୍ୟର ମଧ୍ୟ ଯତ୍ନ ନେଇପାରିବେ।

appleଡେରୀରେ ରାତିରେ ଖାଦ୍ୟ ଖାଇବା ପରେ ଖଟ୍ଟା ଫଳର ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇପାରେ। କିଛି ଏକ୍ସପର୍ଟଙ୍କ ମୁତାବକ ଫଳକୁ ରାତିରେ ଖାଇବା ଦ୍ବାରା ହାର୍ଟ ଆଟାକ୍, କିଡନୀ ଫେଲୟର, ହ୍ରୁଦୟ ରୋଗ, ଡାଇବେଟୀଜ୍ ଏବଂ ଆଣ୍ଠୁଗଣ୍ଠି ଜନିତ ସମସ୍ୟାରୁ ରକ୍ଷା ପାଇପାରିବେ।

ଏହାପୂର୍ବରୁ ଆପଣ ରାତିରେ ଫଳ ଖାଇବା ଆରମ୍ଭ କରିଦିଅନ୍ତୁ ତାହା ପୂର୍ବରୁ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ଯେ ରାତିରେ ଖାଉଥିବା ସବୁ ଫଳ ଭଲ ହୋଇନଥାଏ। କାରଣ ସମସ୍ତଙ୍କ ସ୍ବାସ୍ଥ୍ୟ ଅଲଗା ହୋଇଥାଏ ଏବଂ ଏହାସହିତ ଶରୀରର ଆବଶ୍ୟକତା ମଧ୍ୟ ଅଲଗା ହୋଇଥାଏ। ଯଦି ଆପଣ ଶରୀରର ଆବଶ୍ୟକତା ଠାରୁ ଅଧିକ କ୍ୟାଲୋରୀ କିମ୍ବା କୌଣସି ବି ନ୍ୟୁଟ୍ରିଏଣ୍ଟ ନିଅନ୍ତି ତେବେ ନିଜ ପାଇଁ ଏହା କ୍ଷତିକାରକ ପ୍ରମାଣିତ ହୋଇପାରେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button