ଦେଶ

ପାର୍ଟି ଚାଲିଥିବା ବେଳେ ଆକ୍ରମଣ କଲେ ବନ୍ଧୁକଧାରୀ; ୬ ମୃତ – Ibnodisha

[ad_1]

ମେକ୍‌ସିକୋ: ଉତ୍ତର ମେକ୍‌ସିକୋର ସୀମାନ୍ତ ପ୍ରଦେଶ ସୋନର ଅନ୍ତର୍ଗତ ସିଦାଦ୍‌ ଓବ୍ରେଗନ୍‌ ନଗରୀରେ ଚାଲିଥିବା ଗୋଟାଏ ପାର୍ଟି ନିକଟରେ ଅଟକିଯାଇ ୩ଜଣ ବନ୍ଧୁକଧାରୀ ଗୁଳି ଚଳାଇବାରୁ ଅନ୍ୟୂନ ୬ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଆଉ ୨୬ଜଣ ଆହତ ହୋଇଛନ୍ତି । ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ୨ଜଣ ଥିଲେ ୧୮ ବର୍ଷରୁ କମ୍‌ ବୟସ୍କ ଓ ଆହତମାନଙ୍କ ମଧ୍ୟରେ ଅଛନ୍ତି ୫ଜଣ ପିଲା। ସାଙ୍ଘାତିକ ଆଘାତ ଯୋଗୁଁ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିବା ୪ଜଣ ବ୍ୟକ୍ତି ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ବାକି ୧୩ଣଙ୍କୁ ଚିକିତ୍ସା କରି ଘରକୁ ଛାଡ଼ି ଦିଆଯାଇଛି। ପୁଲିସ କହିଛି ଯେ, ଜଣେ ସନ୍ଦିଗ୍ଧ ‘କାର୍ଟେଲ୍‌’ ସଦସ୍ୟଙ୍କ ଉପରେ ଆକ୍ରମଣ କରାଯାଇଥିବା ପରି ମନେହେଉଛି। ଉକ୍ତ ‘କାର୍ଟେଲ୍‌’ ସଦସ୍ୟଙ୍କୁ ନରସଂହାର ଓ ଅନ୍ୟାନ୍ୟ ଅଭିଯୋଗରେ ଖୋଜାପଡ଼ିଥିଲା। ସେ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। କିନ୍ତୁ, ଆକ୍ରମଣକାରୀଙ୍କ ଗୁଳି ଚୋଟରେ ତାଙ୍କର ମୃତ୍ୟୁ ଘଟିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button