ଦେଶ

ବିଶ୍ୱକପ୍ ୨୦୨୩: ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି – Ibnodisha

[ad_1]

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ବିଶ୍ୱ କପ ମହାକୁମ୍ଭ । ଆଜି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ୧୩ତମ ଦିନିକିଆ ବିଶ୍ୱକପର ପ୍ରଥମ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ। ଅପରାହ୍ନ ୨ଟାରୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ।
ଆଇସିସି ବିଶ୍ୱକପ ୨୦୧୯ ଫାଇନାଲ ମ୍ୟାଚ୍ ପରି ଆଉ ଏକ ରୋମାଞ୍ଚକର ମ୍ୟାଚକୁ ଅପେକ୍ଷା କରିଛନ୍ତି ଦର୍ଶକ। ସେପଟେ ଦୁଇ ଟିମର ଦୁଇ ଜଣ ଷ୍ଟାର୍ ପ୍ଲେୟର୍ ବାଦ୍ ପଡିଛନ୍ତି। ଆହତ କାରଣରୁ ଇଂଲଣ୍ଡର ବେନ ଷ୍ଟୋକ୍ସ ଏବଂ ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି।
ଟମ୍ ଲାଥମ ନ୍ୟୁଜିଲାଣ୍ଡର ଅଧିନାୟକ ଥିବାବେଳେ ଜୋଶ ବଟଲର୍ ଇଂଲଣ୍ଡର ଅଧିନାୟକ ଭାର ତୁଲାଉଛନ୍ତି।
ଆଇସିସି ବିଶ୍ୱକପ୍ ଚଳିତ ସଂସ୍କରଣରେ ଭାରତ ଆୟୋଜକ ଟିମ୍ ଥିବାରୁ କ୍ରିକେଟ କ୍ରେଜ୍ ଦୁଇଗୁଣା ହୋଇଯାଇଛି। କ୍ରିକେଟ କ୍ରେଜକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛି ବିସିସିଆଇ। ଖବର ଅନୁସାରେ, ଷ୍ଟାଡିୟମରେ ଫ୍ୟାନ୍ସଙ୍କ ପାଇଁ ମାଗଣାରେ ପିଇବା ପାଣି ଏବଂ ମିନେରାଲ୍ ୱାଟରର ସୁବିଧା କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button