ପୁଅକୁ ଝୁରୁଛି ପରିବାର, କାନ୍ଦି କାନ୍ଦି ଚେତା ହରାଉଛି ସ୍ତ୍ରୀ – Ibnodisha
[ad_1]
ଭୁବନେଶ୍ୱର: ମା ଆଖିରୁ ଧାରା ଧାର ହୋଇ ଗଡିଆସୁଛି ଲୁହ । ସ୍ତ୍ରୀ ପାଟିରୁ କଥା ବି ବାହୁରି,ସ୍ୱାମୀକୁ ହରାଇ ବାହୁନି କାନ୍ଦୁଛି । ପୁଅକୁ ଖୋଜୁଛନ୍ତି ପୁରା ପରିବାର । ଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପର ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ନିଖୋଜ ଖବର ପହଞ୍ଚିବା ପରେ ଏବେ ଘରେ କାନ୍ଦ ବୋବାଳି। ମା’, ଭାଇ, ପତ୍ନୀ, ପ୍ରିୟଜନ ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତିା ସେ ଫେରି ଆସିବେ, ସୁରକ୍ଷିତ ଥିବେ ବୋଲି ସମସ୍ତଙ୍କ ଆଶାା ତେଣୁ ଏବେ ଗାଁରେ କୀର୍ତ୍ତନ ଚାଲିଛିା ସିକ୍କିମ ବନ୍ୟାରେ ଭାସି ଯାଇଥିବା ୨୩ ଜଣ ଯବାନଙ୍କ ମଧ୍ୟରେ ଓଡ଼ିଶାର ହାବିଲଦାର ସରୋଜ କୁମାର ଦାସ ଅଛନ୍ତି। ମଙ୍ଗଳବାର ରାତି ୧୦ଟାରେ ଭାଇ ମନୋଜଙ୍କ ସହ ଫୋନରେ ସରୋଜ କଥା ହୋଇଥିଲେ। ପ୍ରବଳ ବର୍ଷା ହେଉଛି ଓ ଅନ୍ୟ ଯବାନଙ୍କ ସହ ସେ ଟ୍ରେନିଂ ସାରି ୟୁନିଟକୁ ଫେରୁଛନ୍ତି ବୋଲି କହିଥିଲେ। ଏହାର ଠିକ୍ ଦେଢ଼ ଘଣ୍ଟା ପରେ ଘରକୁ ଖବର ଆସିଥିଲା ଯେ, ପ୍ରଳୟଙ୍କରୀ ବନ୍ୟାରେ ସରୋଜଙ୍କ ସମେତ ଅନ୍ୟ ୨୩ ଜଣ ଯବାନ ଭାସି ଯାଇଛନ୍ତି । ଯେଉଁଥିରେ ସରୋଜ ଥିଲେ ।
The post ପୁଅକୁ ଝୁରୁଛି ପରିବାର, କାନ୍ଦି କାନ୍ଦି ଚେତା ହରାଉଛି ସ୍ତ୍ରୀ appeared first on ONA KHABAR.
[ad_2]