ରାଜ୍ୟ

ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା ; ଏଆଇ ନଜରେ ରହିବ ସମ୍ବେଦନଶୀଳ କେନ୍ଦ୍ର – Ibnodisha

[ad_1]

ଭୁବନେଶ୍ୱର : ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ରାଜ୍ୟରେ ୩ ହଜାର ୪୭ଟି କେନ୍ଦ୍ର କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଦେଢ଼ ଘାଣ୍ଟ ପୂର୍ବରୁ ପହଞ୍ଚିବାକୁ ପିଲାଙ୍କୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି । ସକାଳ ୯ଟା ବେଳେ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ସକାଳ ସାଢ଼େ ୭ଟାରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ ପିଲା । ୮ଟା ୧୫ ମିନିଟରେ ପରୀକ୍ଷା କେନ୍ଦ୍ରର ଗେଟ ବନ୍ଦ କରାଯିବ । ସାଢ଼େ ୮ଟାରେ ଓଏମଆର ସିଟ୍ ଦିଆଯିବ ଓ ୯ଟାରେ ପ୍ରଶ୍ନପତ୍ର ଦିଆଯିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ତେବେ ପରୀକ୍ଷା ପରିଚାଳନାରେ ସୁଧାର ଓ ସଂସ୍କାର ଆଣିବା ପାଇଁ ସିସିଟିଭି ନଜରରେ ରହିବ ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟର୍ । ପ୍ରଥମ ଥର ପାଇଁ ଏଆଇ ବେସଡ଼ ସିସିଟିଭି କ୍ୟାମେରା ଅତି ସମ୍ବେଦନ ଶୀଳ କେନ୍ଦ୍ର ଗୁଡିକରେ ଲଗାଯାଇଛି । ଯାହାର କମାଣ୍ଡ କଣ୍ଟ୍ରୋଲ୍ ରୁମ ବୋର୍ଡ ମୁଖ୍ୟ କାର୍ୟ୍ୟାଳୟରେ ରହିଛି । ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ୨୦ ଜଣ ଏକ୍ସପର୍ଟଙ୍କ ନଜରରେ ରହିବ କମାଣ୍ଡ କଣ୍ଟ୍ରୋଲ ରୁମ୍ । ଯଦି କୌଣସି ପରୀକ୍ଷା କେନ୍ଦ୍ରରେ ମାଲ୍ ପ୍ରାକ୍ଟିସ୍ କିମ୍ବା କିଛି ଅପ୍ରୀତିକର ପରିସ୍ଥିତି ଉପୁଜେ, ତେବେ ଏହି ଏଆଇ କ୍ୟାମେରା ମାଧ୍ୟମରେ କମାଣ୍ଡ ଆସିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି ଡକ୍ଟର ନିହାର ରଂଜନ ମହାନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button