ରାଜନୀତି

ତୁମୁଡିବନ୍ଧରେ ବିଜେଡି ମହା ମିଶ୍ରଣ ପର୍ବ – Ibnodisha

[ad_1]

 କନ୍ଧମାଳ : ଆଗକୁ ଆସୁଛି ସାଧାରଣ ନିର୍ବାଚନ..ଏଥିପାଇଁ କନ୍ଧମାଳ ଜିଲା ବିଜୁ ଜନତା ଦଳ ତରଫରୁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ ହୋଇଛି ମିଶ୍ରଣ ପର୍ବ। କନ୍ଧମାଳ ଜିଲ୍ଲା ର ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତ ରେ ବିଜୁ ଜନତା ଦଳ ର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଚି । ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ 400 ରୁ ଉର୍ଦ୍ଧ ବିଜେପି ଏବଂ କଂଗ୍ରେସ କର୍ମୀ ବିଜେଡି ରେ ସାମିଲ ହୋଇଛନ୍ତି।ଏହି ମିଶ୍ରଣ ପର୍ବକୁ ତୁମୁଡିବନ୍ଧ ବ୍ଳକ ବିଜୁ ଜନତା ଦଳର ସଭାପତି ତଥା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ ଙ୍କ ଙ୍କ ନେ ତୃତ୍ବରେ ତୁମୁଡିବନ୍ଧ ବ୍ଲକ ର ଚାରିଗୋଟି ପଞ୍ଚାୟତ ରୁ ବିଜେପି ଏବଂ କଂଗ୍ରେସ କର୍ମୀ ମାନେ ନିଜ ନିଜ ଦଳ ଛାଡି ବିଜେଡି ରେ ଯୋଗ ଦେଇଥିଲେ। କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ବିଜୟ ନାୟକ, ବାଲିଗୁଡା ବିଧାୟକ ଚକ୍ରମଣୀ କଂହର, ସାଂସଦ ପ୍ରତିନିଧି ପ୍ରମୋଦ ସାହୁ, ବାଲିଗୁଡା ପ୍ରଭାରୀ ଅଜୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button