ରାଜନୀତି

ବିଜେଡିରେ ଯୋଗଦେଲେ ଅଧିରାଜ – Ibnodisha

[ad_1]

ଭୁବନେଶ୍ୱର : ବିଜେଡିରେ ଯୋଗଦେଲେ ଅଧିରାଜ ପାଣିଗ୍ରାହୀ । ଶଙ୍ଖ ଭବନରେ ପହଞ୍ôଚ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ତେବେ ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଥିଲେ । ସେ ଦଳ ଛାଡ଼ିବାର କୌଣସି କାରଣ ଉଲ୍ଲେଖ କରିନଥିଲେ । ୨୦୧୯ ନିର୍ବାଚନରେ ଶ୍ରୀ ପାଣିଗ୍ରାହୀ କଂଗ୍ରେସ ଟିକେଟରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଜଣେ ଟାଣୁଆ ବିଧାୟକ ଭାବରେ ତାଙ୍କର ପରିଚୟ ଅଛି । ସେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ଆସନ୍ତାକାଲି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେବେ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button